ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା = ରେଳ ଦୁର୍ଘଟଣା

 ରେଳ ଦୁର୍ଘଟଣା

ଉପେନ୍ଦ୍ର କୁମାର ବସ୍ତିଆ

ଦଇବ ଭାବନା ମଣିଷ ଭାବନା    
    ହୋଇଥାଏ ଅସମତା
ଆଜି ହସୁଥିବା ସୁନାର ସଂସାର 
   କାଲି ହୁଅଇ ଅନ୍ୟଥା ।
ନୀୟତିର ଖେଳ ମଣିଷର କାଳ 
    ହୋଇଥାଏ ଆକସ୍ମିକ 
ମନୁଷ୍ୟ ଜୀବନ କାକର ସମାନ
    ଶୁଣି ଲାଗେ ହତବାକ ।
କାଳ ରାତି ଥିଲା କାଳ ସରିଗଲା 
    ନ ପାରିଲେ ଘର ଯାଇ 
ମରଣ ଶଯ୍ୟାରେ ମରିକେ ଶୋଇଲେ
    କାହା ଅଙ୍ଗ ଆଉ ନାହିଁ ।
ଦୁର୍ଘଟଣା ସ୍ଥଳ ଦେଖିଲେ ବ୍ୟାକୁଳ
    ହୃଦ ପଡ଼ଇ ବିଦାରି 
ରକତ ନଈରେ ଭାସୁଛି ଶରୀର
   କିଏ ହରାଇଛି ଶିରି ।
 ଅନୁକମ୍ପା ରାଶି ଦେଲେ କି ହୋଇବ
   କୋଳକୁ ଆସିବ ଫେରି 
କାନ୍ଦୁଛି ବିକଳେ ଜନନୀ ସେ ପାଖେ 
    ହେଉଥାଏ ବକୁ ଚିରି ।
ଦେଖୁ ହେଉନାହିଁ ସହି ହେଉନାହିଁ
    ଯମ କି ଦାରୁଣ ସତେ
ନାରକୀୟ କାଣ୍ଡ ଭିଆଇ ଦେଇଛି
    ଭୁଲି ହେଉନି ପରତେ ।
ଦୁଇ ହଜାର ତେଇଶି ଦୁର୍ଘଟଣା
    ଥରାଇ ଦେଲା ଏ ଧରା
କାହିଁକି ଘଟିଲା କିପରି ଘଟିଲା
    ଦୋଷୀଙ୍କୁ କରନ୍ତୁ ଜେରା ।
ଜଗତର ନାଥ ଜୟ ଜଗନ୍ନାଥ
     ପ୍ରଣତି ବାଢୁଛି ଏହି
ସାହାସ ଶକତି ଧର୍ଯ୍ୟ ଭରି ଦିଅ
    ବିପଦକୁ ଯା “ନ୍ତ୍ତୁ ସେହି ।

   ରାଉରକେଲା

Related posts

ଜଗ ମୋହନ ପଟ୍ଟନାୟକ ଙ୍କ କବିତା = ସତ୍ୟ ପଥ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା l l ପୌଷ ପୂର୍ଣ୍ଣିମା l l

Sunil Chandra Nayak

Leave a Comment

error: Content is protected !!