ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଗାୟତ୍ରୀ ସିଂହ ଙ୍କ କବିତା // ଶୈବ ଉପାସନା

ଶୈବ ଉପାସନା

ଭାରତୀୟ ସଂସ୍କୃତି କହେ
 ଶୈବ ଉପାସନା ବ୍ରତ ବିଧାନ ର କଥା 
 ଫାଲଗୁନ ଚତୁର୍ଦ୍ଦଶୀ ତିଥିରେ ପଡ଼ଇ
 ପବିତ୍ର ଜାଗର ଶିବ ଯେ ଏହାର କର୍ତ୍ତା ।
 ମଧୁ ଦୁଗ୍ଧ ଦଧି ଘୃତ ଗଙ୍ଗାଜଳେ
 ସ୍ନାନ ଅଭିଷେକ ସାରି
 ଅରଖ ଗୟସ ଦୁଦୁରା ଦୁବ ଚାଉଳରେ
 ଶିବ ଲିଙ୍ଗ ଯାଏ ପୁରି ।
 ରାତ୍ରି ଜାଗରଣ ଉପବାସ କର୍ମ
 ବିଧି ବିଧାନ ସତ୍ୱର
 ମାନସିକଧାରୀ ଦୀପ ପ୍ରଜ୍ବଳନେ
 ଦୁଃଖ ଅନ୍ଧକାର ହୁଏ ଦୂର ।
 ହେ ଶିବ ଶଙ୍କର ପାର୍ବତୀ ପତି
 ତୁମେ ତିନି ପୁର ର ଦେବତା
 ଭଜି ଜାଣି ନାହିଁ ଜପି ଜାଣି ନାହିଁ
 ତଵ ଚରଣେ ଲୋଟାଏ ମଥା ।
ଆଧ୍ୟାତ୍ମିକ ପରିବେଶ ଶିବାଳୟ ଆଜି
ଛୁଟେ ଭକ୍ତଙ୍କର ସୁଅ
ଏ ପବିତ୍ର ତିଥିରେ ମାଗୁଣି ଏତିକି
ବାରେ ସଭିଙ୍କୁ ସଦୟ ହୁଅ ।

ଗାୟତ୍ରୀ ସିଂହ

ଆଠମଲ୍ଲିକ , ଅନୁଗୁଳ

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା// ସ୍ୱାଗତମ ନବବର୍ଷ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ମୋ ହଜିଲା ଦିନ

Sunil Chandra Nayak

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା  l l ସାମ୍ବ ଦଶମୀ l l

Sunil Chandra Nayak

Leave a Comment

error: Content is protected !!