ଶିବଙ୍କ ଜଣାଣ
ଉପେନ୍ଦ୍ର କୁମାର ବସ୍ତିଆ
ଜୟ ଶିବ ଶଙ୍କର ହେ ଜୟ ଗଙ୍ଗାଧର
ଜୟ ଭସ୍ମ ବୋଳାଗାତ୍ର ଶ୍ରୀଚନ୍ଦ୍ର ଶେଖର ।
ଜୟମୃତ୍ୟୁଞ୍ଜୟୀ ତ୍ରିପୁରାରୀ ଶୁଳଧାରୀ
ଜୟ ଜୟ ସଦାଶିବ ପାପ ତାପ ହାରୀ
ଜୟ ସୁରାସୁର ନର ଆଦିକ ପୂଜିତ
ଜୟ ଶ୍ରୀ ମୁକୁନ୍ଦ ପ୍ରିୟ ଗଣେଶଙ୍କ ତାତ।
ଜୟ ଚନ୍ଦ୍ରଚୁଡ଼ ଦେବ ହର କାଶୀନାଥ
ଜୟ ସକଳ ଜନଙ୍କ ଆଶ୍ରୟ ଦାୟକ ।
ଜୟ ସବିତା ଶଶାଙ୍କ ପାର୍ବତୀ ନାୟକ
ଜୟ ଲିଙ୍ଗରାଜ ନୀଳକଣ୍ଠ ଲୋକନାଥ ।
ଜୟ ଜୟ ଶିବ ଜଳନ୍ଧର ନାଶ କାରୀ
ଜୟ ଜୟ ମହାଦେବ ଭକ୍ତ ରକ୍ଷା କାରୀ ।
ତୁମର ଅଟଇ ଦେବ ମହିମା ଅପାର
କି ବର୍ଣ୍ଣି ପାରିବି ମୁହିଁ ଅଜ୍ଞାନ ପାମର ।
ଦେବତାଙ୍କ ହିତେ ତୁମେ ବିଷ ପାନ କଲ
ଯୋଗେନ୍ଦ୍ର ବୋଲାଇ ଶମଶାନରେ ରହିଁଲ ।
ତୁମର ମହିମା ମୁଖେ କେ ବର୍ଣି ପାରଇ
ଦେବ ,ଦାନବ,ଗନ୍ଧର୍ବ ଅନ୍ତ ଯେ ନ ପାଇ ।
କର ଯୋଡ଼ି ଜଣାଉଛି ହେ ପାର୍ବତୀ ବର
କୃପା କଟାକ୍ଷରେ ଚାହିଁ ମୋର ଦୁଃଖ ହର ।
ଫେଡ ବା ନ ଫେଡ୍ ଦୁଃଖ ଶରଣ ତୋହର
ତୁମେ ମୋ ଇଷ୍ଟ ଦେବତା ଆହେ ଦେବ ହର ।
ଜୟ ଯୋଗେଶ୍ୱର ପ୍ରଭୁ ଦୁଃଖୀ ଦୁଃଖ ହାରୀ
ମୁହିଁ ଦୀନ ହୀନ ରହିଅଛି ଆଶ୍ରାକରି ।
ରାଉରକେଲା