ସକାଳର ଜଣାଣ
ଅତି ମନୋହର
ବିଜୟ କୁମାର ଜେନା
ଅତି ମନୋହର ଦିଶଇ କାଳିଆ
ହୋଇଛନ୍ତି ସୁନାବେଶ
ଜଗତ ହିତରେ ପତିତ ପାବନେ
ଭାଇ ଭଉଣୀ ଙ୍କ ହସ।
ରତ୍ନରେ ମଣ୍ଡିତ ରୂପ ବିମୋହିତ
ଶ୍ରୀକ୍ଷେତ୍ର ଆହା ବୈକୁଣ୍ଠ
ସର୍ବ ଦେବା ଦେବୀ ମିଳିତ ହୁଅନ୍ତି
ଦେଖିବାକୁ ତିନି ରଥ।
ଭେଦ ଭାବ ଭୁଲି ଆସିଥାନ୍ତି ଚାଲି
ପାପୀ ତାପି ଦୀନ ହୀନ
ଦେଖି ସୁନାବେଶ ହୁଅନ୍ତି ଆନନ୍ଦ
ହେବାକୁ ବ୍ରହ୍ମରେ ଲୀନ।
ଏହି ବେଶ ପରେ ରଥର ଉପରେ
ହୁଅଇ ଅଧର ପଣା
ଅଶରୀରୀ ଗଣ ତାହାକୁ ଭକ୍ଷଣ
କରି ମୋକ୍ଷ ଭାବେ ଗଣା।
ତହିଁ ପରେ ପରେ ନିଳାଦ୍ରୀ ବିଜୟ
ଲାଗିଛି କାଳିଆ ଲୀଳା
ଭକତ ନୟନ ଲୋତକେ ଭିଜଇ
ସାରା ବର୍ଷ ତାର ଖେଳା।
ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି ରଣପୁର ନୟାଗଡ଼