ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଏସପି ଅଧିନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଁ ଜୋରଦାର ଆନ୍ଦୋଳନ ପାଇଁ ସିଆଇଟିୟୁ ର ଆହ୍ୱାନ

ରାଉରକେଲା/ ରାଉରକେଲା ଇସ୍ପାତ କାରଖାନା ଅଧିନରେ ବିଭିନ୍ନ ବିଭାଗର କାର୍ଯ୍ୟରତ ଶହ ଶହ ଠିକା ଶ୍ରମିକଙ୍କୁ ଦୀର୍ଘ ଦିନ ଧରି ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ ର ସଭାପତି ବିଷ୍ଣୁ ମହାନ୍ତି। ଆଜି ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନ (ସି ଆଇ ଟି ୟୁ) ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସେକ୍ଟର ୧୬ ସ୍ଥିତ ଶ୍ରମିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରୀ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରି ଇସ୍ପାତ କାରଖାନା ର ଠିକା ଶ୍ରମିକ ମାନେ ଏହି ଶୋଷଣ, ଅତ୍ୟାଚାର ବିରୁଦ୍ଧରେ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ। ଆରଏସପି ଅଧିନରେ ଆଜି ଦିନରେ ପ୍ରାୟ ୨୦ ହଜାର ଶ୍ରମିକ କାମ କରୁଥିବା ବେଳେ ସ୍ଥାୟୀ ଶ୍ରମିକ ସଂଖ୍ୟା ଧିରେ ଧିରେ ହ୍ରାସ ପାଇ ୧୧ ହଜାର ରେ ପହଞ୍ଚିଥିଲା ବେଳେ ସ୍ଥାୟୀ ଶ୍ରମିକ ଙ୍କ ସ୍ଥାନରେ ଖୁବ୍ କମ୍ ଦରମା ରେ ଅତି କୁଶଳୀ, କୁଶଳୀ ଠିକା ଶ୍ରମିକ ମାନଙ୍କୁ ଶୋଷଣ କରି ଆସୁଛି। ସ୍ଥାୟୀ ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ଠିକା ଶ୍ରମିକଙ୍କୁ ପ୍ରଦାନ କରିବାକୁ ସି ଆଇ ଟି ୟୁ ଦାବି କରିଛି। ଆଗାମୀ ମେ ପହିଲା ଆନ୍ତର୍ଜାତିକ ଶ୍ରମିକ ଦିବସ କୁ ରାଉରକେଲା ରେ ସଫଳ କରିବାକୁ ସେ ଆହ୍ୱାନ କରିଥିଲେ। ବୈଠକରେ ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୁପକ୍ଷ ଙ୍କ ମେରିରାୟ ଶାସନ ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବା ସହ ଏକ ଦାବିପତ୍ର ଉପସ୍ଥାପନ କରାଯିବ ବୋଲି କହିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଶ୍ରୀମନ୍ତ ବେହେରା, ସଂପାଦକ ବି ପି ମହାପାତ୍ର, ରାଜ କିଶୋର ପ୍ରଧାନ,ଅରୁ ଦାସ, ହୃଦୟାନନ୍ଦ ଯାଦବ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ବିନୟ ବେଉରିଆ, ବସନ୍ତ ପାଢ଼ୀ, ବୁବୁନ ମାଇତି,ଜି କେ ନାୟକ, ସାଗର ଛୋଟରାୟ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରକାଶ ସ୍ବାଇଁଙ୍କୁ କଟକ ବସ କର୍ମଚାରୀ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି 

masiha

ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଆହାତ ଜଣେ ଗୁରୁତ୍ୱର

masiha

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ 

masiha

Leave a Comment

error: Content is protected !!