ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଡୁମୀ ଜାତି ଭାଇଭଉଣୀ ଙ୍କୁ ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା ଙ୍କ ବାର୍ତ୍ତା

ହେ ! କୁଡୁମୀ ଜାତି ଭାଇଭଉଣୀ ମାନେ !

ତୁମକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।ଆପଣମାନେ ଜାଣିଛନ୍ତି _ଭାରତରେ ତଥା ଓଡ଼ିଶାରେ ସଂରକ୍ଷଣ ବଢ଼ି ଚାଲିଛି। ଉଠିବାର ନାଁ ଧରୁନାହିଁ। ଏପରି ସ୍ଥଳେ ଆମକୁ ମଧ୍ଯ ସଂରକ୍ଷଣ ଭିତରେ ପଶିବାକୁ ପଡ଼ିବ। କୁଡ଼ୁମୀ ମାନେ ୧୯୧୩୦ ଓ ୧୯୩୧ରେ ଅନ୍ୟ ୧୨ଟି ଜନ ଗୋଷ୍ଠି ସଙ୍ଗେ ଜନଜାତିର ମାନ୍ୟତା ପାଇଛନ୍ତି। ଏହା ଗୋଟିଏ ବାପର ୧୩ପୁଅ ସଦୃଶଅଟେ। ବର୍ତ୍ତମାନ ହତଭାଗା କୁଡୁମି ବ୍ୟତୀତ ଅନ୍ୟ ୧୨ଟି ଗୋଷ୍ଠୀ ଆଦିବାସୀର ସମସ୍ତ ସୁବିଧା ଭୋଗଭୋଗ କରୁଛନ୍ତି। କାରଣ ହେଲା ଉଚ୍ଚାରଣ ଗତ ସମାନତା (ଳ ଡ଼ ର) ପାଇଁ ଉତ୍ତର ଭାରତର ଆର୍ଯ୍ୟ ଗୋଷ୍ଠୀ କୁର୍ମି ମାନଙ୍କ ସହିତ ଆମେ ଓଡ଼ିଶାରବଂଶଧାରୀ ଦ୍ରାବିଡ ଗୋଷ୍ଠୀର କୁଡ଼ୁମି ମାନେ ୧୯୩୧ଜନ ଗଣନା ଅନୁଯାୟୀ ଏକତ୍ର ମିଶିଯାଇଛନ୍ତି। ଫଳରେ ବ୍ୟତିକ୍ରମ ତାଲିକାରେ ରହି ଗଲେ। ଅତଏବ ସମ୍ବିଧାନର୩୪୨ଓ ୧୪ଧାରା(ନାଗରିକର ମୌଳିକ ଅଧିକାର) ଆମ ପ୍ରତି ବ୍ୟତି କ୍ରମ ଘଟିଲା।

     ଆମେ ଅନୁସୂଚିତ ଅଂଚଳରେ ମୁଖ୍ୟ ତ ବସବାସ କରୁଥିବାରୁ ସମାଜ ଓ ଗାଆଁ ଗଠନ ପାଇଁ ମେମ୍ବର ଟିଏ କିମ୍ବାସରପଞ୍ଚ ଟିଏ ହୋଇପାରୁ ନାହଁ।

ସଦ୍ୟ କେନ୍ଦୁଝର ଜିଲ୍ଲାର ଶିକ୍ଷକ ନିଯୁକ୍ତିରେ ଜଣେ ମହାନ୍ତ ପିଲା ଶତ କଡ଼ା ନମ୍ବର ରଖି ମଧ୍ଯ ଚାକିରି ନ ପାଇ**୩ରଖି ଥିବା ସଂରକ୍ଷଣ ବର୍ଗ ନିଯୁକ୍ତି ପାଇଲେ। ଶିକ୍ଷାର ଗତି କେଉଁ ଆଡେ? ସରକାରୀ ଜମି ଚାଖଣ୍ଡେ ତ ପଟ୍ଟା ପାଇବା ସ୍ବପ୍ନ। ପୁଣି ଓଡ଼ିଶାରେ ଏସ ଇ ବି ସିଙ୍କ ଶଙ୍ଖା ଶତକଡା ୫୪ କିନ୍ତୁ ଚାକିରୀ ମାତ୍ର ୧୧.୫।

    ତେଣୁ ଆମର ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ୩୪୨ଧାରା ଉଲଘଂନ (Violation) ହୋଇଥିବାରୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପଡ଼ିବ। ଏଥି ସହିତ ରାସ୍ତା ସଫା କରିବାକୁ ୨୦୦୬ମସିହାର ତ୍ରୁଟି ପୂର୍ଣ୍ଣ ଟି. କେ. ମିଶ୍ର କମିଟି ରିପୋର୍ଟ ୧୯୯୪-୯୫ର ବିଚାର ପତି ପି. କେ. ମହାନ୍ତି Commissionreport କୁ ଅଣଦେଖା କରି ଥିବାରୁ ସଂଶୋଧନ କରିବାକୁ କଟକ ହାଇ କୋର୍ଟ ଙ୍କ ଆଶ୍ରୟ ଆମ ପାଇଁ ଜରୁରୀ।

ଏହାକୁ ନ ସଜାଡିଲେ ସଂରକ୍ଷଣ ତାଲିକାରେ ପଶିବା କଷ୍ଟକର ବ୍ୟାପାର।

       ଏଣୁ ଛୁଆ ପିଲାଙ୍କ ଭବିଷ୍ୟତ ପାଇଁ ଜାତିକୁ ତନ ଧନ ମନ ସହିତ ସହଯୋଗ କରିବାକୁ ସମାଜ ଆପଣଙ୍କୁ ବିନମ୍ର ନିବେଦନ କରୁଅଛି। ଅନ୍ୟଥା ଇତିହାସ ପୃଷ୍ଠାର ଏକ କଳଙ୍କିତ ପୃଷ୍ଠାରେ ଆମେ ଚିରଦିନ ପାଇଁ ରହିଯିବା।

       ସୌଜନ୍ୟ —–

କୁଡୁମୀ ସମନ୍ୱୟ କମିଟି

(୧) ଅଭିମନ୍ୟୁ ମହାନ୍ତ କେଶରିଆର

(୨) ଲାଲ ମୋହନ,(୩) ଧ୍ରୁବ ଚରଣ,(୪) ଲକ୍ଷ୍ମଣ,(୫) ମିଲନ,(୬) କ୍ଷେତ୍ରବାସୀ,(୭) ଧନେଶ୍ଵର,(୮)ପଦ୍ମଲୋଚନ ,(୯) ବିଭୂଷଣ,(୧୦) ମୂରଲୀ,(୧୧) ନିରଞ୍ଜନ,(୧୨) ତ୍ରିଲୋ ଚନ,(୧୩) ରଘୁନାଥ,(୧୪) ଗୁରୁ ଚରଣ,(୧୫) ଶୁକଦେବ (୧୬) ଗୋବର୍ଦ୍ଧନ,(୧୭) ମଦନ (୧୮) ଅକ୍ଷୟ (୧୯) ରଘୁଲାଲ (୨୦) ଜର୍ମାନୀ (୨୧) ସୁନିଲ (୨୨)

ବିଦ୍ୟାଧର (୨୩) ଘନ ଶ୍ୟାମ

 ଜୟ ଗରାମ।

ଯ ଳ ହେକ ସମୟ ଆ ଅ ଲାହେକ୍।

ଆୱା ସବାୟ ଏକେଠୀନ ହେଇକୁନ

ଯୁଦ୍ଧ କରପ୍। ଆଜ୍ ନିହେଲୋଊ କାଲ ଏକର୍ ଫର୍ ମିଲ୍ ତେକ୍।

ହାମର୍ ଛଆ ପୂତାକ୍ ଉନ୍ନତି ହେତେକ। ପୂରୁବ ଦିଗେ ବେରା ବାହାରାସ୍।

 

ତା ୨୫।୧୨ ।୨୦୨୨ ରବିବାର

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା 

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

ମୋ ନ ୭୮୪୮୦୦୦୦୩୦

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଉତ୍ସବର ଦ୍ୱତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବସୋଈ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

Sunil Chandra Nayak

ଏସ ଆଇ ଆର୍ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!