ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ରଗାମୀ ଦ୍ଵାରା ଓଡିଶା ମିଲଟ୍ସ ମିଶନ ସଚେତନତା କାର୍ଯ୍ୟକ୍ରମ         

ତେନ୍ତୁଳିଖୁଣ୍ଟି୨୭/୧୨/୨୨: ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଳକ ଠାରେ ଅଗ୍ରଗାମୀ ଦ୍ଵାରା ତେନ୍ତୁଳିଖୁଣ୍ଟି କୃଷି ଓ ସୂଚନା ପରାମର୍ଶ କେନ୍ଦ୍ର ରେ ଓଡିଶା ମିଲେଟ୍ସ ମିଶନ ର ସଚେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ,ବାଜରା ଓ ବିଭିନ୍ନ କ୍ଷୁଦ୍ର ଶସ୍ୟଜାତୀୟ ଚାଷ ବିଷୟରେ ଚାଷି ମାନଙ୍କୁ ଅବଗତ କରାଯାଇଥିଲା l ଏଥିରେ ଚାଷି ଲାଭବାନ ହେବା ସହ ଏହା ଖାଇବା ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ ବୋଲି କହିଥିଲେ l ଆଗ କାଳରେ ଏହି ଜିନିଷ ଚାହିିଁଦା ଅଧିକ ଥିଲା, ଦିନକୁ ଦିନ କମିବାରେ ଲାଗିଛି l ଫଳରେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି ଅନେକ ଲୋକେ l ସେହି ଚାଷକୁ କି ଭଳି ବିଜ୍ଞାନ ପଦ୍ଧତିରେ ଚାଷ କରାଯାଇ ପାରିବ ସେଥିପାଇଁ ସରକାର ସଚେତନତା କରାଉଛନ୍ତି l ସଚେତନତା ରଥ ବାହାର କରି ସମସ୍ତ ଗ୍ରାମ ପରିକ୍ରମା କରାଯାଉଛି ଓ ଚାଷି ମାନଙ୍କୁ ସଚେତନତା କରାଯାଉଛି l ଏହି କାର୍ଯ୍ୟକ୍ରମ ରେ ପୂଜାରୀଗୁଡା ପଞ୍ଚାୟତ ସରପଞ୍ଚ ଅନାଦି ମାଝୀ,କୃଷି ଓଭସିିୟର ଧିରେନ କୁମାର ବେନିଆ,ଅଗ୍ରଗାମୀ କୋରଡିନେଟର ଚିତ୍ରସେନ ମାଝୀ ଉପସ୍ଥିତ ରହିଥିଲେ l ପ୍ରଗତି ସ୍ୱୟଂ ସହାୟକ ଦଳ ତରଫରୁ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରି ଚାଷି ମାନଙ୍କୁ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଅଗ୍ରଗାମୀ ତରଫରୁ ଆୟୋଜିତ କରାଯାଇଥିଲା l

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ରକ୍ତଦାତା ଇଂ.ବିପ୍ର ରଂଜନ ନାୟକ : ଯୁବ ସମାଜର ଜାଗ୍ରତ ସ୍ୱର ଓ ସ୍ୱାକ୍ଷର 

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

ବଳରାମ ତରାଇଙ୍କୁ କମ୍ପ୍ୟୁଟର ଲ୍ଯାବ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!