ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଜ୍ଯ ମହିଳା କମିଶନଙ୍କ ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ ୨୨.୩.୨୩ // ଆଜି ଓଡ଼ିଶା ରାଜ୍ଯ ମହିଳା କମିଶନଙ୍କ ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ଯ ମହିଳା କମିଶନ ଅଧ୍ଯକ୍ଷା ଡାକ୍ତର ମିନତି ବେହେରା, ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷା ଶ୍ରୀମତୀ ଅନୁସାୟା ମାଝି, ଜିଲ୍ଲା ପରିଷଦ ଅଧ୍ଯକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଜିଲ୍ଲାପାଳ ରାୟଗଡ଼ା ସ୍ବଧା ଦେବ ସିଂ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଉଲ୍ଲାସ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। 

ମହିଳା କମିଶନ ଅଧ୍ଯକ୍ଷା ଡାକ୍ତର ବେହେରା କହିଥିଲେ ଯେ ମହିଳା ମାନେ ହିଁ ସମାଜର ମେରୁଦଣ୍ଡ। ଯଦି ମହିଳା ମାନେ ନିଜ ଅଧିକାର ବିଷୟ ରେ ଅବଗତ ହେବା ସହିତ ଅନ୍ୟ ମାନଙ୍କୁ ସଚେତନ କରି ପାରିବା ତେବେ ମହିଳା ମାନଙ୍କ ଅଧିକାର କୁ ସୁନିଶ୍ଚିତ କରି ପାରିବା। ଜିଲ୍ଲାପାଳ ଶ୍ରୀମତୀ ସ୍ବଧା ଦେବ ସିଂ ଉପସ୍ଥିତ ସମସ୍ତ ଛାତ୍ରୀ ମାନଙ୍କୁ ବିଭିନ୍ନ ଉପାୟ ରେ ନିଜ ଅଧିକାର ବିଷୟ ରେ ଜାଣିବା ପାଇଁ ଆଗକୁ ଆସିବା ପାଇଁ କହିଥିଲେ। 

ଏହି ସଚେତନତା କାର୍ଯ୍ୟକ୍ରମ ରେ ଡାକ୍ତର ଟୁନା ସାହୁ ଓ ଶ୍ରୀମତୀ ବିଜୟା ବରୁଆ ସାଧନ କର୍ମୀ ଭାବେ ଯୋଗ ଦେଇ ଘରୋଇ ହିଂସା ନିରାକରଣ ଆଇନ, ପୋସ ଆଇନ, ଯୌତୁକ ନିରୋଧ ଆଇନ, ବାଲ୍ଯ ବିବାହ ନିଷେଧ ଆଇନ, ସାଇବର ସୁରକ୍ଷା ଆଇନ, ପୈତୃକ ସମ୍ପତ୍ତି ରେ ମହିଳା ମାନଙ୍କ ଅଧିକାର ବିଷୟ ରେ ଆଲୋଚନା କରିଥିଲେ। ଏହି ଅବସରରେ କୋଭିଡ ସମୟରେ ନିଜର ଦାଯିତ୍ବ କୁ ସୁଚାରୁ ରୁପେ ସମ୍ପାଦନ କରିଥିବା ବିଭିନ୍ନ ବର୍ଗରୁ ୧୦ ଜଣଙ୍କୁ ମହିଳା କମିଶନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ସମସ୍ତ ଙ୍କୁ ସ୍ବାଗତ କରିଥିବା ବେଳେ ସୁରକ୍ଷା ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢ଼ୀ ଧନ୍ଯବାଦ ଅର୍ପଣ କରିଥିଲେ। 

ମହିଳା କମିଶନଙ୍କ ତରଫରୁ ଅପରାହ୍ନରେ ମାନବ ଚାଲାଣ ନିରୋଧ ୟୁନିଟ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାୟଗଡ଼ା ମୁନିସିପାଲିଟି ର ଉପାଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ମଙ୍ଗଳ କମିଟିର ଅଧ୍ଯକ୍ଷା ଓ ସଦସ୍ଯ ସଦସ୍ଯା, ଜିଲ୍ଲା ଶ୍ରମ ଅଧିକାରୀ, ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲାର ସମସ୍ତ ସିଡିପିଓ ଏବଂ ବାଲ୍ଯ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତାଗଣ,ପ୍ରମୁଖ ଉପସ୍ଥିତ କହିଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ମେଡିକାଲ ରେ ଡାକ୍ତର୍ ନିଯୁକ୍ତି କୁ ନେଇ ଜିଲ୍ଲା ପାଲ ଙ୍କୁ ଦାବିପତ୍ର

masiha

ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍‌ଘାଟିତ

masiha

ଦୀର୍ଘ ମାସ ପରେ ମୈତ୍ରୀ କମ୍ପାନୀ ସହଯୋଗ ରେ ବିରଵାଫୁଲ ଗାଁ ଲୋକେ ଆଲୁଅ ଦେଖିଲେ

masiha

Leave a Comment

error: Content is protected !!