ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ପ୍ରଶାସନର ସତର୍କତା : କଳିଙ୍ଗା ଘାଟିରେ ଦୁଇ ଦିନ ଯାତାୟାତ ବନ୍ଦ

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ପ୍ରଶାସନର ସତର୍କତା : କଳିଙ୍ଗା ଘାଟିରେ ଦୁଇ ଦିନ ଯାତାୟାତ ବନ୍ଦ

ବାଲିଗୁଡ଼ା, ତା, ୨୨/୦୯:(ମନିସ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିରେ ଦୁଇଦିନ ପାଇଁ ଯାତାୟାତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଦୁଇଦିନ କଳିଙ୍ଗା ଘାଟି ଦେଇ ଯାନବାହନ ଓ ଯାତ୍ରୀଙ୍କ ଯାତାୟାତ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୩ ଓ ୨୪ ତାରିଖରେ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ରହିଛି। ପ୍ରବଳ ବର୍ଷା ହେଲେ କଳିଙ୍ଗା ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ ଉପରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସିବାର ଆଶଙ୍କା ରହିଛି। ଏହା ଫଳରେ ଘାଟି ରାସ୍ତାରେ ଯାତାୟାତ ବିପଜ୍ଜନକ ହୋଇପାରେ। ବିଶେଷକରି ଭୂସ୍ଖଳନ ପ୍ରବଣ ସ୍ଥାନ ଗୁଡ଼ିକରେ ପ୍ରବଳ ବର୍ଷା ସମୟରେ ମାଟି ଅତଡ଼ା ଓ ପଥର ଖସିବାର ସମ୍ଭାବନା ଅଧିକ ଥିବାରୁ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେଣୁ ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାତାୟାତ ନକରିବାକୁ ସମସ୍ତ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଅତ୍ୟାବଶ୍ୟକ ନଥିଲେ ଏହି ସମୟରେ ଯାତ୍ରା ଏଡ଼ାଇବା ସହ ପାଣିପାଗ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶ ପ୍ରତି ସଚେତନ ରହିବାକୁ କୁହାଯାଇଛି।

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

masiha

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦ,ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

masiha

ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଦିବାସୀ ଅଧିଷ୍ୟୁତ ଗ୍ରାମ ପଞ୍ଚାୟତ ଖଳିଆପାଲି ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୮୨୦ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!