ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଗୋଲାମୁଣ୍ଡାରେ ବିଜେପିର ପ୍ରସ୍ତୁତି ବୈଠକ 

ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଗୋଲାମୁଣ୍ଡାରେ ବିଜେପିର ପ୍ରସ୍ତୁତି ବୈଠକ 

ଜୁନାଗଡ଼ (ମ ନି ସ ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଆସନ୍ତା ରବିବାର ଦିନ ଏକ ଭବ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି ବଡ଼ ଧରଣର ସାଂସ୍କୃତିକ ଓ ଦଳୀୟ ସମାବେଶକୁ ସଫଳ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଗୋଲାମୁଣ୍ଡା ର କଲ୍ୟାଣ ମଣ୍ଡପ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଆଗାମୀ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସଭାପତିଙ୍କ ଏହି କଳାହାଣ୍ଡି ଗସ୍ତକୁ ସ୍ମରଣୀୟ କରିବା ଏବଂ କାର୍ଯ୍ୟକ୍ରମକୁ କିପରି ଅଧିକ ଶୃଙ୍ଖଳିତ, ବ୍ୟାପକ ଓ ଜନଗହଳିପୂର୍ଣ୍ଣ କରାଯାଇପାରିବ, ସେ ନେଇ ଆଜିର ବୈଠକରେ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିସ୍ତୃତ ଆଲୋଚନା ଓ ରଣନୀତି ପ୍ରସ୍ତୁତ କରାଯାଇଛି। ଆଜିର ଏହି ପ୍ରସ୍ତୁତି ସଭାରେ ଗୋଲାମୁଣ୍ଡା ବ୍ଲକ ଏବଂ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ସ୍ଥାନୀୟ ବିଜେପି ନେତୃବୃନ୍ଦ, ମଣ୍ଡଳ, ଗ୍ରାମ ପଞ୍ଚାୟତ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଏବଂ ଶତାଧିକ ସକ୍ରିୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ପାରମ୍ପରିକ ରୀତିରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ କାର୍ଯ୍ୟକ୍ରମର ସର୍ବାଙ୍ଗୀନ ସଫଳତା ପାଇଁ ଉପସ୍ଥିତ କର୍ମୀ ଓ ନେତାମାନଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ବିଶେଷ କରି ସଭାସ୍ଥଳର ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ଅଞ୍ଚଳରୁ ଆସିବାକୁ ଥିବା ଜନସାଧାରଣଙ୍କ ସୁବିଧା ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା, ବରିଷ୍ଠ ବିଜେପି ନେତା ମନୋଜ କୁମାର ମେହେର, ରାଜ୍ୟ ଯୁବ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ,ମଣ୍ଡଳ ସଭାପତି ବୈଶାଖୁ କେତକୀ, ପ୍ରମୋଦ ପ୍ରଧାନ, ଜୟକୃଷ୍ଣ ସାହୁ, ଜୟନ୍ତ ସିଂ, ମନୋଜ ଅଗ୍ରୱାଲ, ଗଙ୍ଗା ବିଷ୍ଣୁ ମୁଣ୍ଡ, ଭାଗ୍ୟବାନ ବାଗ, ଅନନ୍ତରାମ ବେହେରା, ନକୁଳ ରାଉତ, ହେମନ୍ତ ବାଗ, ନିରୁପମା ନାଏକ, ମାଣିକ୍ୟ ବିଶି ଯୋଗଦାନ ଦେଇଥିଲେ ।

ବୈଠକରେ ଯୋଗଦେଇଥିବା ନେତୃବୃନ୍ଦ ପ୍ରକାଶ କରିଛନ୍ତି ଯେ, ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଆମର ଭାଇଚାରା ଓ ସଂସ୍କୃତିର ପ୍ରତୀକ। ରାଜ୍ୟ ସଭାପତିଙ୍କ ଉପସ୍ଥିତି ଏହି ଭେଟଘାଟ କାର୍ଯ୍ୟକ୍ରମକୁ ଆହୁରି ଗୌରବାନ୍ୱିତ କରିବ। ତେଣୁ ଗୋଲାମୁଣ୍ଡା ବ୍ଲକରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଓ କର୍ମୀ ଭବାନୀପାଟଣା ଗସ୍ତ କରି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତୁତି ବୈଠକକୁ ନେଇ ସ୍ଥାନୀୟ ଜନସାଧାରଣ ଓ ବିଜେପି ମହଲରେ ଏବେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ବୃକ୍ଷ ରୋପଣ କରାଯାଇଥିବା ବେଳେ ମାଁ ମଙ୍ଗଳା ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ର ଏକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଗୋପବନ୍ଧୁ ପାଠାଗାରରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ

Sunil Chandra Nayak

ଜଲଦାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

masiha

ମହାକାଳ ଫାଉଣ୍ଡେସନ ପକ୍ଷରୁ ବିଜମରାରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର 

Sunil Chandra Nayak

Leave a Comment

error: Content is protected !!