ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

 ଢେଙ୍କାନାଳ:ତା.୧୮.୦୮.୨୦୨୫ରିଖ :  ଦିବା ଘ.୧୦.୦୦ ଟିକା ସମୟରେ ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟର ଗୌରବ ବର୍ଦ୍ଧନ କରିଥିବାରୁ ବହୁ ସଂଖ୍ୟକ ଛାତ୍ରୀ,ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନରେ ଓ ତାଙ୍କର ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ ମୁଖ୍ଯଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟସ୍ତରୀୟ ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଚାରି ଗୋଟି ସମର ଶିକ୍ଷାର୍ଥୀ,ଦୁଇଗୋଟି ସିଭିଲିଆନ୍ ଓ ଗୋଟିଏ ବ୍ୟାଣ୍ଡ ପାର୍ଟି ଦଳକୁ ଓ ଅନ୍ୟାନ୍ୟ ଛାତ୍ରୀ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜିର ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର ଯୋଗଦାନ କରିଥିଲେ।ବିଦ୍ୟାଳୟ ସ୍ତରୀୟ ଏହି ପ୍ୟାରେଡ୍ ରେ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ପ୍ରଥମ ସ୍ଥାନ,ସ୍ଥଳ ବାହିନୀ ବାଳିକା ବିଭାଗ ଦ୍ୱିତୀୟ ସ୍ଥାନ,ଆକାଶ ବାହିନୀ ବାଳକ ବିଭାଗ,ନୌ -ବାହିନୀ ବାଳକ ଓ ବାଳିକା ବିଭାଗ ଓ ବ୍ୟାଣ୍ଡ ପାର୍ଟି ଦଳ ପ୍ରତ୍ୟେକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହିପରି ପାଞ୍ଚଗୋଟି ଦଳ ଏହି ବିଦ୍ୟାଳୟସ୍ତରୀୟ ବର୍ଣ୍ଣାଢ଼୍ୟ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ବିଚାରକ ମଣ୍ଡଳୀ ଦ୍ୱାରା ସ୍ଥିରୀକୃତ ଓ ଉଚ୍ଚ ପ୍ରଶଂସିତ ହୋଇଥିବାରୁ ସେମାନଙ୍କୁ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ପୁରସ୍କାର ଗୁଡ଼ିକର ରନିଂ ମେମେଣ୍ଟୋ ଓ ପ୍ରତ୍ୟେକ କ୍ୟାଡେଟ୍ ଙ୍କୁ ଥାର୍ଡ ଅଫିସର୍ ଦୀପ୍ତିଶ କୁମାର ଶତପଥୀଙ୍କ ପକ୍ଷରୁ ଏକ ଏକ ମେଡାଲ୍ ପ୍ରଦାନ କରାଯାଇଛି।ସେହିପରି ସପ୍ତମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମୋନାଲିସା ସାହୁଙ୍କୁ ଓ ନବମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରୀ ବିସ୍ମିତା ସାମଲଙ୍କୁ ହୃଷିକେଶ -ମୋତି ସ୍ମାରକୀ ମେଧାବୀ ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ପ୍ରଶଂସା ପତ୍ର ଓ ୫ ଶହ ଟଙ୍କା ଲେଖାଏଁ ଅର୍ଥରାଶି ଏଵଂ ଷଷ୍ଠ ଶ୍ରେଣୀ ଛାତ୍ରୀ ଶୀତଳ ପରିଡ଼ାଙ୍କୁ ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ ସଙ୍ଗୀତ ଗାୟନ ପ୍ରତିଯୋଗିତା କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଖ୍ୟଅତିଥି ମାନ୍ୟବର ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ହସ୍ତରୁ ଗ୍ରହଣ କରିଥିବା ପ୍ରଶଂସା ପତ୍ର ଓ ମେମେଣ୍ଟୋକୁ ମୁଖ୍ୟଅତିଥି ପୁନର୍ବାର ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା, ଦିଲାବର ହୁସେନ,ବିରଞ୍ଚି ନାଏକ,ଆଜିର ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଅଫିସର୍ କିଶୋର ଚନ୍ଦ୍ର ସାମଲ, ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ, ସୁଜାତା ପଣ୍ଡା,ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ସେକେଣ୍ଡ ଅଫିସର୍ ଅନୁପମା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳକ ବିଭାଗର ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀ, ସମର ଶିକ୍ଷାର୍ଥୀ ନୌ -ବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ,ସମର ଶିକ୍ଷାର୍ଥୀ ଆକାଶ ବାହିନୀ ବାଳକ ବିଭାଗ ଓ ବ୍ୟାଣ୍ଡ ପାର୍ଟି ଦଳ ଦାୟିତ୍ୱରେ ଥିବା କେୟାର୍ ଟେକର୍ ଅଫିସର୍ ତଥା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କଲ୍ୟାଣୀ ବଡ଼ଜେନା, ସ୍ମିତା ପଟ୍ଟନାୟକ,ଅନିତା ସାହୁ,ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ ଓ ଅଜିତ୍ କୁମାର ବାରିକ,ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ବର୍ଣ୍ଣାଢ଼୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।ସମର ଶିକ୍ଷାର୍ଥୀ ସ୍ଥଳ ବାଳକ ବାହିନୀ ଥାର୍ଡ ଅଫିସର ଦିପ୍ତିଶ୍ କୁମାର ଶତପଥିଙ୍କ ସଫଳ ମାର୍ଗଦର୍ଶନରେ ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ସମ୍ମିଳିତ ପ୍ୟାରେଡ୍ ରେ ପ୍ରଥମ ସ୍ଥାନ ଅଧିକାର କରି ବୈଜ୍ଞାନିକ ଡ.ଦାଶରଥି ମିଶ୍ର ରନିଂ ସିଲଡ୍ ମୁଖ୍ୟଅତିଥି ମାନ୍ୟବର ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ହସ୍ତରୁ ଗ୍ରହଣ କରିଥିଲେ।ପରିଶେଷରେ ସାଂସ୍କୃତିକ ବିଭାଗ ଦାୟିତ୍ବରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ଓ ଅନ୍ୟତମ ବିଚାରକ ପ୍ରାକ୍ତନ ସମର ଶିକ୍ଷାର୍ଥୀ ବାହିନୀ ବାଳକ ବିଭାଗ ଅଫିସର୍ ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବର ସଫଳ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟ ର ପରିଚାଳନା କମିଟି ଗଠନ

masiha

ସଡ଼କ ଦୁର୍ଘଟଣା ଜଣେ ମୃତ୍ୟୁ 

masiha

ସାପ କାମୁଡ଼ାରେ ଯୁବକ ର ମୃତ୍ୟୁ

Leave a Comment

error: Content is protected !!