ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଆଇ ସମୀର କୁମାର ସେଠୀଙ୍କୁ ଡିଜିପି ଡିସ୍କ ଆୱାର୍ଡ଼

ଏସଆଇ ସମୀର କୁମାର ସେଠୀଙ୍କୁ ଡିଜିପି ଡିସ୍କ ଆୱାର୍ଡ଼

ଭଞ୍ଜନଗର,୧୩/୮ ଭଞ୍ଜନଗର ଥାନାରେ କାର୍ଯ୍ୟରତ ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବରେ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପୁରସ୍କାର ଶ୍ରୀ ସେଠୀଙ୍କୁ ପ୍ରଦାନ କରିଥିଲେ। ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ସେଠୀଙ୍କୁ ଏଭଳି ପୁରସ୍କାର ମିଳିଥିବା ଜଣାପଡିଛି। ୨୦୧୭ ମସିହାରେ ବୁଗୁଡ଼ା ଥାନାରୁ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀ ସେଠୀ ଆଜକୁ ଦୁଇବର୍ଷ ହେବ ଭଞ୍ଜନଗର ଥାନାରେ କାର୍ଯ୍ୟରତ ରହି ବେଆଇନ ନିଶା ଚାଲାଣ,ଅପରାଧ ନିୟନ୍ତ୍ରଣ,ଆଇନ ଶୃଙ୍ଖଳା,ମାମଲାର ତଦନ୍ତ ପ୍ରକ୍ରିୟା ଆଦି ଦିଗରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ କରି ପଥଭ୍ରଷ୍ଟ ଯୁବଗୋଷ୍ଠୀଙ୍କୁ ସାବାଡ କରିବାରେ ତାଙ୍କର ଏକ ଭିନ୍ନ ପରିଚୟ ରହିଛି। ଏହି ସମୟରେ ସେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଡିପିଓ ଡ ଦୀପକ ମିଶ୍ର, ଏ ଏସ ପି ରଞ୍ଜନ କୁମାର ଦେ ଏବଂ ଗଞ୍ଜାମ ଏସପି ଙ୍କ ସହଯୋଗ ଏବଂ ପ୍ରେରଣା ପାଇ ଭଞ୍ଜନଗର ଥାନା ଅଞ୍ଚଳର ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିଭାଇଥିବା ବେଳେ ସମସ୍ତଙ୍କ ସହଯୋଗ ଯୋଗୁ ଏଭଳି ପୁରସ୍କାର ହାସଲ କରିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେଣୁ ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Related posts

ଆର କେ ଜୁନିୟର କଲେଜରେ ମତଦାତା କର୍ମଶାଳା

masiha

କାବ୍ୟଗ୍ରନ୍ଥ ” ସାରା ଆକାଶ ତୁମର” ଲୋକାର୍ପିତ 

Sunil Chandra Nayak

ଉନ୍ମୋଚିତ ହେଲା ” ଗଛପାଇଁ ଗୀତଟିଏ ” ପୁସ୍ତକ 

Sunil Chandra Nayak

Leave a Comment

error: Content is protected !!