ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାହାଲିଙ୍ଗ ଗ୍ରାମ ରେ ଯାଦବ ସମାଜ ର ୧୫ ତମ ଗୋଷ୍ଠାଷ୍ଟମୀ ପୂଜା ମହୋତ୍ସବ 

ମାହାଲିଙ୍ଗ ଗ୍ରାମ ରେ ଯାଦବ ସମାଜ ର ୧୫ ତମ ଗୋଷ୍ଠାଷ୍ଟମୀ ପୂଜା ମହୋତ୍ସବ 

ଗୋଲାମୁଣ୍ଡା ତା୩୦/୧୦ —  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ଗ୍ରାମ ର ଯାଦବ ସମାଜ ର ପ୍ରଭୁ ଶ୍ରୀକୃଷ୍ଣ ଗୋଷ୍ଠାଷ୍ଟମୀ ପୂଜା ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ।ଗତ ୨୮/୧୦/୨୦୨୫ ମଙ୍ଗଳ ବାର ଦିନ ଘଣ୍ଟ ଦଲ ଶଙ୍ଖ ଦଲ ସହ ପାଖାପାଖି ୩୦୦ ମହିଳା କଲସ ଯାତ୍ରା ରେ ସାମିଲ ହୋଇଥିଲେ । ଶ୍ରୀଯୁକ୍ତ ଦିନରାମ କେତକୀ ଓ ତାଙ୍କ ଧର୍ମପତ୍ନୀ ରୁପକାନ୍ତି କେତକୀ ପୂଜା ରେ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ଗୋଷ୍ଠାଷ୍ଟମୀ ପୂଜା କାର୍ତ୍ତିକ ମାସଶୁକ୍ଳ ପକ୍ଷ ସପ୍ତମୀ ଠାରୁ କାର୍ତ୍ତିକ ଶୁକ୍ଳ ନବମୀ ଯାଏଁ ଅନୁଷ୍ଠିତ ହୋଇଥାଏ ।ଏହି ଦିନ ଗୋ-ପୂଜା କରାଯାଏ। ଭକ୍ତମାନେ ଗୋଶାଳାକୁ ପରିଦର୍ଶନ କରନ୍ତି, ଗାଈ ଏବଂ ଗୋଶାଳାକୁ ସ୍ନାନ କରନ୍ତି ଏବଂ ସଫା କରନ୍ତି। ଭକ୍ତମାନଙ୍କ ଦ୍ୱାରା ବିଶେଷ ପୂଜାର୍ଚ୍ଚନା କରିବା ପୂର୍ବରୁ ଗାଈମାନଙ୍କୁ କପଡ଼ା ଏବଂ ଅଳଙ୍କାରରେ ସଜାଯାଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଶେଷ ଖାଦ୍ୟ ଖୁଆଇ ଦିଆଯାଏ ଏବଂ ଏହାର ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଅଭିଯାନର ଆୟୋଜନ କରାଯାଏ। ଏହି ଦିନ, ଏକ ଭଲ ଏବଂ ସୁଖୀ ଜୀବନ ପାଇଁ ଆଶୀର୍ବାଦ ପାଇବା ପାଇଁ ପ୍ରଦକ୍ଷିଣା ସହିତ କୃଷ୍ଣ ପୂଜା ଏବଂ ଗାଈ ପୂଜା କରାଯାଏ। ଭକ୍ତମାନେ ଦୈନନ୍ଦିନ ଜୀବନରେ ଗାଈର ଉପଯୋଗିତା ପାଇଁ ମଧ୍ୟ ବିଶେଷ ସମ୍ମାନ ଦିଅନ୍ତି। ଗାଈମାନେ ମାତା ପରି ଲୋକଙ୍କର ପୁଷ୍ଟିକର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରୁଥିବା କ୍ଷୀର ପ୍ରଦାନ କରନ୍ତି। ଏହି କାରଣରୁ ହିନ୍ଦୁ ଧର୍ମରେ ଗାଈକୁ ମାତା ଭାବରେ ପବିତ୍ର ଏବଂ ପୂଜା କରାଯାଏ। ବରିଷ୍ଠ ଭକ୍ତମାନଙ୍କ ଦ୍ୱାରା ଗାଈର ମହିମା ଏବଂ ତାଙ୍କର ସୁରକ୍ଷା ବିଷୟରେ ଆଲୋଚନା କରାଯାଏ। ସେମାନେ ସମସ୍ତେ ଗାଈମାନଙ୍କୁ ଖାଦ୍ୟ ଦିଅନ୍ତି ଏବଂ ଗୋଶାଳା ନିକଟରେ ଏକ ଭୋଜିରେ ଅଂଶଗ୍ରହଣ କରନ୍ତି।ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ର ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି,ଉପ ସଭାପତି ଶ୍ରୀଯୁକ୍ତ ରେବା କଟା, ସଂପାଦକ ଶ୍ରୀଯୁକ୍ତ ପରୀକ୍ଷିତ ଖର୍ସେଲ,ଯୁଗ୍ମ ସଂପାଦକ ସଦାଶିବ ବେମାଲ,ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ, ପୂର୍ବତନ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ କୋଷାଧ୍ୟକ୍ଷ ରୁମାଞ୍ଚଲ ତେଜି ପ୍ରମୁଖ ଦ୍ଵିତୀୟ ଦିନରେ ଉପସ୍ଥିତ ରହି ଯାଦବ ଶିରୋମଣି ଶ୍ରୀ କୃଷ୍ଣ ଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ । 

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

The 5th installation ceremony of Intract club of SSVM

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ ଜଳ ସେବା ଶିବିର ଆରମ୍ଭ

ନଭେମ୍ବର ୧ ଓ ୨ ତାରିଖରେ ବିପିୟୁଟି ହାକାଥନ୍-୨୦୨୫ ଓ ଟେକ୍ କାର୍ନିଭାଲର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!