ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

କନ୍ଧମାଳ, ତା, ୩୦/୧୦:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହା ବିଦ୍ୟାଳୟର ପରିସରରେ ବାଲିଗୁଡା ପୋଲିସ ବିଭାଗ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ମହା ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିବସ ପାଳନ ଅବସରରେ ରଚନା ଓ ବକୃତା ପ୍ରତିଯୋଗିତା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେରେ ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଆଦିବାସୀ ମହାବିଦ୍ୟାଳୟର ଛତ୍ରା ଛାତ୍ରୀ ମାନେ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। କାର୍ଯ୍ୟକ୍ରମରେ ବିଚାରକ ଭାବେ ବାଲିଗୁଡ଼ା ଆରକ୍ଷୀ ଅଧକାରୀ ରାମେନ୍ଦ୍ର ପ୍ରସାଦଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଅଧ୍ୟାପକ ତେଜେଶ୍ୱର ନାୟକ, ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ସରୋଜ କୁମାର ପାଠୀ , ନୀଳାଞ୍ଚଳ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l ଅତିଥି ଓ ଅଧ୍ୟାପକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଷୟରେ ଛାତ୍ର ଛାତ୍ରୀଙ୍କୁ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ବକୃତା ପ୍ରତିଯୋଗୀତାରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ପଲ୍ଲବୀ ଦିଗାଲ ,ଦ୍ୱିତୀୟ ରେ ଗୌରୀ ଦିଗାଲ ଓ ତୃତୀୟ ସ୍ଥାନରେ ସ୍ନେହାସ୍ରୀ ରଥ କୃତିତ୍ୱ ହୋଇ ଏସଡିପିଓ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଦୁଧରି ଠାରେ ବୁଡି ଥାକୁରାଣୀ ମା ମାଉଲି ଯାତ୍ରା ଆରମ୍ଭ ହୋଇ ଯାଇଛି 

masiha

ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

masiha

ରାଉରକେଲା କଲେଜରେ ନାଟକ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

masiha

Leave a Comment

error: Content is protected !!