ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକର ଏକର ଧାନ ଚାଷ ଉଜାଡି ଦେଲେ ଜଙ୍ଗଲୀ ବାରହା

ଏକର ଏକର ଧାନ ଚାଷ ଉଜାଡି ଦେଲେ ଜଙ୍ଗଲୀ ବାରହା

 କାମାକ୍ଷାନଗର(ମନିସ)28/10/25 — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲ ଗାଁରେ ଜଙ୍ଗଲୀ ବାରହା ଉପଦ୍ରବ ଯୋଗୁଁ ଚିନ୍ତାରେ ଚାଷୀ। ଏକର ଏକର ପରିମିତ ଧାନ ଫସଲକୁ ନଷ୍ଟ କରିଛନ୍ତି ବାରହା। ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ଧାର କରଜ କରି ନିଜ ଚାଷ ଜମିରେ ବର୍ଷକର ଧାନ ଫସଲ କରିଥିଲେ ଚାଷୀ। କିନ୍ତୁ ଠିକ ଧାନ ଫସଲ ସମୟରେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଏହି ବାରହା ଉପଦ୍ରବ। କଙ୍ଗେଇଲ ଗାଁର ଚାଷୀ ନିହାର ରଞ୍ଜନ ସାହୁ,ଚନ୍ଦନ ସାମଲ, ଟଙ୍କଧର ସାମଲ, ଅଜୟ ସାମଲ ଏବଂ ପ୍ରଉସ ସାମଲଙ୍କର ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ବନ ବିଭାଗ ପକ୍ଷରୁ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବକୁ ରୋକିବା ସହ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ ନିର୍ମାଣରେ ଦୁର୍ନୀତି ର ଗନ୍ଧ : ଛଅ ମାସ ନ ଯାଉଣୁ ଧରାଶାୟୀ  

masiha

ବର୍ତ୍ତମାନର କାଉନସିଲରେ ଶାସ୍ତ୍ରୀନଗରର ସାହି ନାଳ ଘୋଡଣୀ ନିର୍ମାଣ ଅସମ୍ଭବ ?

masiha

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଧର୍ମଗଡ ର ଭୌମିକ

masiha

Leave a Comment

error: Content is protected !!