ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ୍ ପ୍ରମୋଦିନୀ ମିଶ୍ରଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ

ଶିକ୍ଷାବିତ୍ ପ୍ରମୋଦିନୀ ମିଶ୍ରଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ

ଢେଙ୍କାନାଳ:ତା.୨୯.୧୦.୨୦୨୫ରିଖ:  ନିକଟରେ ସ୍ଥାନୀୟ ମା କମଳା ମଣ୍ଡପ ସଭାଗୃହରେ ଦିବା ୧୧ ଘଟିକା ସମୟରେ ଶିକ୍ଷାବିତ୍ ପ୍ରମୋଦିନୀ ମିଶ୍ରଙ୍କ ବିୟୋଗରେ ନିରାଡ଼ମ୍ବର ଭାବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଆଡ଼ଭୋକେଟ୍ ଗଣେଶ୍ୱର ରଥଙ୍କ ପରିବାର ଓ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ,(ଓଷ୍ଟା)ର ମିଳିତ ଅବାହକତ୍ବରେ ଜିଲ୍ଲା ଉପସଭାପତି ସୁରେଶ ଚନ୍ଦ୍ର ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଉପସଭାପତି ପ୍ରମୋଦ କୁମାର ସ୍ୱାଇଁ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସ୍ୱର୍ଗତା ମିଶ୍ର ଜଣେ ସଫଳ ଅଧ୍ୟାପିକା,ପ୍ରଧାନ ଶିକ୍ଷୟିତ୍ରୀ,ଧର୍ମପ୍ରାଣା,ସ୍ନେହୀ,ପରୋପକାରୀ,ସୁପତ୍ନୀ,ସୁଗୃହିଣୀ ଥିଲେ ବୋଲି ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବରେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ଅନ୍ୟତମ ସମ୍ମାନୀତ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଭାବରେ ତଥା ଓଡ଼ିଶା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ଢେଙ୍କାନାଳ ଶାଖାର କୋଷାଧ୍ୟକ୍ଷ ଭାବରେ ଏହି ମହାନ ଆତ୍ମାଙ୍କର ସଦ୍ ଗତି କାମନା କରି ସ୍ଵୀୟ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ଦୁଇଟି ଇଂରାଜୀ ଓ ଦୁଇଟି ଓଡ଼ିଆ ସନେଟ୍ ପାଠ କରିଥିଲେ।ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରିଥିଲେ।ଓଷ୍ଟାର ଅନ୍ୟ ପ୍ରମୁଖ ପ୍ରାକ୍ତନ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସରୋଜକାନ୍ତ ଦାଶ,ବିଭୂତି ସାମଲ,ପ୍ରଶାନ୍ତ କୁମାର ଧଳ,ପିତାମ୍ବର ଦାଶ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜୀବନ୍ମୟୀ ରଥ, ଜୟଶ୍ରୀ ମିଶ୍ର,ସତ୍ୟବ୍ରତ ମାଟିଆ ମିଶ୍ର,ବନବିହାରୀ ବାରିକ, ସନ୍ତୋଷ କୁମାର ସାହୁ,ପ୍ରଶାନ୍ତ କୁମାର ସାହୁ,ସରିତା ସିଂ ସାମନ୍ତ,ଲକ୍ଷ୍ମୀଧର ମ୍ୟୁନିସିପାଲିଟି ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସେ ଜଣେ ଅତ୍ୟନ୍ତ ପ୍ରେମଶୀଳା, ଅମାୟିକା, ସ୍ନେହୀ,ଧର୍ମପ୍ରାଣା,ନିର୍ଭୀକ, ସ୍ପଷ୍ଟବାଦୀ, ଦରଦୀହୃଦୟଧାରୀ  ,ସଦ୍ ଗୁଣସମ୍ପର୍ଣ୍ଣା ମହିଳା ଭାବରେ ସର୍ବଜନାଦୃତା ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଏହି ଅବସରରେ ଦ୍ଵାଦଶାହ ଶ୍ରାଦ୍ଧ ଅର୍ପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ପରିବାରର ସଦସ୍ୟା,ସଦସ୍ୟ ଓ ଦିଦିଙ୍କୁ ଭଲ ପାଉଥିବା ତାଙ୍କର ଛାତ୍ରୀ,ଛାତ୍ର,ସହକର୍ମୀମାନଙ୍କ ଦ୍ୱାରା ସ୍ମୃତିଚାରଣ କାର୍ଯ୍ୟକ୍ରମ ଯାହା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଥିଲା।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ,ଦଧିଚି ସମ୍ମାନ ପ୍ରାପ୍ତ ସୁଶ୍ରୀ ଶୈଳବାଳା ମିଶ୍ର,ଢେଙ୍କାନାଳ ଓକିଲ ସଂଘ ସଭାପତି ଗୋପାଳ ପାତ୍ର, ପୂର୍ବତନ ସଭାପତି ପଙ୍କଜ ଲୋଚନ ସାହୁ,ସଞ୍ଜୟ କୁମାର ମିଶ୍ର,ଶିବସାଇ ମହାପାତ୍ର,ଅକ୍ଷୟ ହୋତା,ଅକ୍ଷୟ ପଣ୍ଡା,ତାଙ୍କର ପ୍ରିୟ ଡ଼ା.ଜିତେନ୍ଦ୍ର କୁମାର ଭଞ୍ଜ,ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ନର ସୁନ୍ଦର ମିଶ୍ର,ପରିବାରର ଅନେକ ସଦସ୍ୟା, ସଦସ୍ୟ,ହତଭାଗ୍ୟ ସ୍ଵାମୀ ଆଡ଼ଭୋକେଟ୍ ଗଣେଶ୍ୱର ରଥ,ଅନୁଗୋଳ ଜିଲ୍ଲା ଜଜ୍ ଦାମୋଦର ରଥ,ଡ଼ା.ପ୍ରତିମା ମିଶ୍ର,ଶଶୀମୌଳି ରଥ,ଦିଗାମ୍ବର ରଥ,ଦିଲ୍ଲୀପ ରଥ,ସଞ୍ଜୀବ ରଥ,ସୌମ୍ୟା ରଥ(ପଣ୍ଡା),ପାର୍ଥସାରଥି ରଥ,ନଚିକେତା ସାହୁ ଓ ବନ୍ଧୁମାନେ,ଅମୃତା ରଥ,ସଂଦୀପ୍ତା ରଥ,ସନ୍ଦୀପ ରଥ, ଅଂଶୁମାନ ରଥ ଓ ସମସ୍ତ ପରିବାର ବର୍ଗ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତା ମିଶ୍ରଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତର ଅଭୁଲା ସ୍ମୃତିଚାରଣ କରିଥିଲେ। ଜୀବନର ଅଠାବନ ଶରତ ମଧ୍ୟରୁ କର୍ମଜୀବନ ରୂପେ ତେତିଶ ବସନ୍ତ କୃତିତ୍ବର ସହ ଅତିବାହିତ କରିଥିଲେ।ପ୍ରଥମ ଦୁଇ ବର୍ଷ ବାଙ୍କି ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ।ତାପରେ ୧୯୮୧-୮୨ ମସିହାରେ ସବ୍ ଅର୍ଡିନେଟ୍ ଏଡୁକେସନ୍ ସର୍ଭିସ୍ (ଏସ୍ ଇଏସ୍ ) ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ବଡମ୍ବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇ ତତ୍-ପର ତିନିବର୍ଷ କାର୍ଯ୍ୟ କରି ୧୯୮୪ ମସିହାରୁ ବାଇଶ ବର୍ଷ କାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ବରିଷ୍ଠ ଶିକ୍ଷିୟିତ୍ରୀ ଓ ସେହି ବିଦ୍ୟାଳୟରେ ବିଭିନ୍ନ ସମୟରେ ୩ ଥର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।ଚାକିରୀର ଶେଷ ଛଅ ବର୍ଷକାଳ ପଦୋନ୍ନତି ପାଇ ଲକ୍ଷ୍ମୀଧର ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରଧାନଶିକ୍ଷିକା ଭାବରେ କାର୍ଯ୍ୟକରି ୧୯୧୨ ମସିହାରେ ଅବସର ଗ୍ରହଣ କରିଥିଲେ।ଅର୍ଥକୁ ଅନର୍ଥ ମନେ କରୁଥିବା ସ୍ୱର୍ଗୀୟ ମିଶ୍ର ସରଳ-ନିରାଡ଼ମ୍ବର କର୍ମଜୀବନ ମଧ୍ୟରେ ସ୍ମିତ ଓ ମିତଭାଷିଣୀ ଭାବରେ ଉଦାହରଣୀୟା।ଶରୀର ସହାୟତା ନ ଦେଲେ ମଧ୍ୟ ତାଙ୍କର ଶିକ୍ଷାଦାନ ଭଳି ଏକ କଠିନ ବୃତ୍ତିରେ ସେ ସମର୍ପିତା ଥିଲେ।ଏହି ଅବସରରେ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଗଭୀର ଦୁଃଖ ଓ ସମବେଦନା ଜଣାଇଥିଲେ ଓ ସ୍ବର୍ଗତ ମିଶ୍ରଙ୍କର ଗୁଣଗାନ କରିଥିଲେ।ଓଷ୍ଟା ପୂର୍ବ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ସଫଳ ଭାବରେ ସଭା ସୁପରିଚାଳନା କରିଥିବାବେଳେ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଶଶୀମୌଳି ରଥ,

ମୁକ୍ତାଦେଇପୁର ଶାସନ,ମହାଜନୀ ସଭାର ସଭାପତି ତଥା ସମ୍ବାଦ ଦାତା,ଢେଙ୍କାନାଳ 

ଡା.ଦେବୀ ପ୍ରସାଦ ମିଶ୍ର,

ଓଡ଼ିଶା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ଢେଙ୍କାନାଳ ଶାଖାର କୋଷାଧ୍ୟକ୍ଷ 

ଦୂରଭାଷ : ୯୪୩୭୧୦୬୫୬୯

Related posts

ଗଛ ବଞ୍ଚାଅ ଜଳ ବଞ୍ଚାଅ ସାଇକଲ ଅଭିଯାନ ରେ ୧୮ବର୍ଷ ର ଯୁବକ

Sunil Chandra Nayak

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ କାଇମାଟି ଜୁଆଙ୍ଗ ସାହିରେ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ 

Sunil Chandra Nayak

ସ୍ଵାଧୀନତା ଉତ୍ସବ ପାଇଁ ଫ୍ରଣ୍ଟ-ରୋ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!