ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

 ମୟୂରଭଞ୍ଜ- ୦୩/୦୨ ( ମସିହା) ଆଜି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡିଆ ଦିବସକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି l ଏହି ଉପଲକ୍ଷେ ସ୍ଥାନୀୟ ପି ସି ଏମ କଲ୍ୟାଣ ମଣ୍ଡପରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷା ମମିତା ଚୌଧୁରୀ ଯୋଗଦେଇଥିଲେ l କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହି ଅବସରରେ କିଛି ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କୁ ସମ୍ମାନିତ କରାଯାଇ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା, ସେମାନେ ହେଲେ ଡ଼. ଦିଗମ୍ବର ଗିରି, ତିମିର ରଞ୍ଜନ ପଣ୍ଡା, ନେପାଳ ଚନ୍ଦ୍ର ସାହୁ, ରଞ୍ଜନ ନନ୍ଦ, ପ୍ରଦୀପ୍ତ କବି, ରବୀନ୍ଦ୍ର ପଟ୍ଟନାୟକ, ହରେନ୍ଦ୍ର ନାରାୟଣ ଦାସ, ଜି. ଏସ. ରଜତ ଦଳେଇ, ପ୍ରଶାନ୍ତ ବାରିକ, ପ୍ରଶାନ୍ତ ପରୀକ୍ଷା, ମନୋଜ ଦାସ l ଏହାଛଡା ଅନୁଷ୍ଠିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ତର୍କ ଓ ରଚନା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ସର୍ବଶ୍ରୀ. ଆୟୁଷ୍ମାନ ନନ୍ଦ, ସ୍ପନ୍ଦନ ପଟ୍ଟନାୟକ, ସ୍ନେହାଶୃତି ବେହେରା, ଜଗନ୍ନାଥ ଟୁଡୁ, ପ୍ରଜ୍ଞା ପ୍ରିୟଦର୍ଶିନୀ ଟୁଡୁ (ଉଚ୍ଚ ବିଦ୍ୟାଳୟ ସ୍ତରୀୟ ତର୍କ ଓ ରଚନା) ସର୍ବଶ୍ରୀ. ବ୍ରହ୍ମାନନ୍ଦ ବେହେରା, ସଦଭାବ କବି, ମୋନାଲିଶା ମହାପାତ୍ର, ପ୍ରମିଳା ମହାନ୍ତ, ଗାୟତ୍ରୀ ଜେନା (ମହାବିଦ୍ୟାଳୟ ସ୍ତରୀୟ ତର୍କ ଓ ରଚନା)ଙ୍କୁ ସ୍ମୃତି ଫଳକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ନୀଳକଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଆଜିଠାରୁ ଓଡିଆ ଅସ୍ମିତା ରଥ ପରିକ୍ରମା ଆରମ୍ଭ କରାଯାଇଛି ଯାହାକି ସମସ୍ତ ୱାର୍ଡକୁ ଯିବ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

୧୦ରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

Sunil Chandra Nayak

ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ହିତାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ଘଟଣା, ବ୍ଲକ ଉପାଧକ୍ଷଙ୍କ ହସ୍ତକ୍ଷେପ ପରେ ବଣ୍ଟଗଲା ଚାଉଳ

Sunil Chandra Nayak

Leave a Comment

error: Content is protected !!