ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାକ୍ଷୀପୂର୍ଣ୍ଣିମାରେ ‘ନିଶା ନିବାରଣ ବ୍ରତ’ ପାଳନ ନିଶାମୁକ୍ତ ସମାଜ ଗଠନ ପାଇଁ ରାକ୍ଷୀର ପବିତ୍ର ବନ୍ଧନରୁ ସଚେତନତାର ବାର୍ତ୍ତା

ରାକ୍ଷୀପୂର୍ଣ୍ଣିମାରେ ‘ନିଶା ନିବାରଣ ବ୍ରତ’ ପାଳନ

ନିଶାମୁକ୍ତ ସମାଜ ଗଠନ ପାଇଁ ରାକ୍ଷୀର ପବିତ୍ର ବନ୍ଧନରୁ ସଚେତନତାର ବାର୍ତ୍ତା

ଜୁନାଗଡ଼ ୨୭/୮ ( ମନୀସ) ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ଜୁନାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଜୁନାଗଡ଼ ଓ ସମ୍ବାଦ ପ୍ରତିନିଧି ସୁନ୍ଦରମୋହନ ଛତ୍ରିଆଙ୍କ ନେତୃତ୍ୱରେ ‘ନିଶା ନିବାରଣ ବ୍ରତ’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ରାକ୍ଷୀର ପବିତ୍ର ବନ୍ଧନକୁ ନିଶା ବିରୋଧୀ ସଚେତନତା ସହ ଯୋଡ଼ି ନିଶାମୁକ୍ତ ପରିବାର ଓ ସୁସ୍ଥ ସମାଜ ଗଠନ ପାଇଁ ଏହି ଅଭିନବ ପ୍ରୟାସ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମାଜସେବୀ ଉଦ୍ଧବଚରଣ ସାହୁ , ଅଶୋକ ପଟ୍ଟନାୟକ,କାଚରା ସମାଜ ର ସଦସ୍ୟ ସମିର ରଂଜନ କୁଣ୍ଡୁ, ରାଜକିଶୋର ବେହେରା, ପ୍ରମିଲା ବେହେରା, ଗୌତୋମି ସାହୁ, ସୁଦର୍ଶନ ବେହେରା, ପ୍ରମୁଖ ଯୋଗଦେଇଥିଲେ। 

ଏହି ଅବସରରେ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ବେଳେ ଗୁରୁମାମାନେ ମଧ୍ୟ ଉପସ୍ଥିତ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ରାକ୍ଷୀର ଏହି ପବିତ୍ର ବନ୍ଧନକୁ ନିଶା ବିରୋଧୀ ସଂକଳ୍ପର ପ୍ରତୀକ ଭାବେ ଗ୍ରହଣ କରାଯାଇ ନିଶାରୁ ପରିବାର ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ସଚେତନତାର ବାର୍ତ୍ତା ଦିଆଯାଇଥିଲା।

ବକ୍ତାମାନେ କହିଥିଲେ ଯେ ନିଶା ସେବନ ଦ୍ୱାରା ପରିବାରରେ ଅଶାନ୍ତି, ଆର୍ଥିକ ସଙ୍କଟ ଓ ବିଭିନ୍ନ ସାମାଜିକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ନିଜ ଜୀବନରୁ ନିଶାକୁ ଦୂର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାମୁକ୍ତ ଜୀବନ ଆପଣାଇବାକୁ ପ୍ରେରିତ କରିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ, ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ। ରାକ୍ଷୀର ପବିତ୍ର ବନ୍ଧନ ମାଧ୍ୟମରେ ନିଶା ବିରୋଧୀ ସଚେତନତାର ଏହି ପ୍ରୟାସ ଜୁନାଗଡ଼ ଅଞ୍ଚଳରେ ଏକ ସକାରାତ୍ମକ ସାମାଜିକ ବାର୍ତ୍ତା ପ୍ରଦାନ କରିଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗାଁ ଇଷ୍ଟ ଦେବୀ ଖଡ଼ିଆଦେବୀଙ୍କ ମୂର୍ତ୍ତି ଭାଙ୍ଗି ଜଣେ ଗିରଫ.

Sunil Chandra Nayak

ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମାଣ ପ୍ରତିବାଦରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ 

Sunil Chandra Nayak

ଯୁବ କବି ସୁବ୍ରତ କୁମାର ଙ୍କୁ “କବି ଭୂଷଣ ସମ୍ମାନ”

Sunil Chandra Nayak

Leave a Comment

error: Content is protected !!