ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା ରେ ଜିଲ୍ଲା ପରିଷଦ ସଭ୍ୟ ଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଲେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା 

ତେନ୍ତୁଳିଖୁଣ୍ଟି -୨୦/୦୧/୨୩ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରୁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଓ ପ୍ରକଳ୍ପ ନିର୍ଦେଶକ ବଦଳରେ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେଲା କିନ୍ତୁ କେବଳ ଅଧିକାରୀ ଙ୍କ ଫଳକ ଓ ପଦବୀ ର ନାମ କରଣ ପରିବର୍ତ୍ତନ ହେଲା । କାର୍ଯ୍ୟାଳୟ ର ନାମ ରେ ପରିବର୍ତ୍ତନ ଏ ଯାବତ ହୋଇନି ନବରଙ୍ଗପୁର ଜିଲ୍ଲାରେ। ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ୍ ରେ ୨୬ଟି ଜୋନ ର ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ନିଜର ଦାୟିତ୍ଵ ଓ ଭୂମିକା ସମ୍ପର୍କରେ ମଧ୍ୟ କୌଣସି ଆଧିକାରକ ନିର୍ଦେଶନାମା ନାହିଁ। ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା ରେ ସରପଞ୍ଚ ଙ୍କ ଭୂମିକା ସମ୍ପର୍କରେ ସ୍ପଷ୍ଟତା ରହିଛି।ସମିତି ସଭ୍ୟଙ୍କ ଭୂମିକା ସମ୍ପର୍କରେ କିଛିଟା ବ୍ୟବସ୍ଥାରହିଛି ଓ ଅଳ୍ପ ବହୁତ ଗୁରୁତ୍ବଦିଆଯାଉଛି ।କିନ୍ତୁ ଜିଲ୍ଲା ପରିଷଦ ସଭ୍ୟ ଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟତା କି ନିର୍ଦେଶନାମା ନାହିଁ। ଏଣୁ ସେମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟୀକରଣ ନେଇ ଦାବୀ ପତ୍ର ଜିଲ୍ଲା ପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଜରିଆରେ ଦେଶର ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମେତ ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବ ଙ୍କୁ ଜିଲ୍ଲାର ଏକମାତ୍ର ସ୍ଵାଧୀନ ଜିଲ୍ଲାପରିଷଦ ସଭ୍ୟ ଦିବ୍ୟାଦାନ ସୁନା, କଂଗ୍ରେସ ର ଡାକ୍ତର ଲିପିକା ମାଝୀ, ଙ୍କ ନେତୃତ୍ୱରେ ୨୬ସଭ୍ୟା/ସଭ୍ୟ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଉପସ୍ଥିତି ରେ ପ୍ରଦାନ କରିଛନ୍ତି। ଜିଲ୍ଲା ପରିଷଦ ବୈଠକ ଗୋଟିଏ ପଟେ ପ୍ରତି ୩ମାସ ରେ ଥରେ ଓ ବ୍ଲକ୍ ସ୍ତରୀୟ ବୈଠକ ଓ ସମୀକ୍ଷା ବୈଠକ ବ୍ୟତୀତ ସେମାନେ ନିଜର ଅନ୍ୟାନ୍ୟ ଦାୟିତ୍ଵ ସମ୍ପର୍କରେ ଅବଗତ ନାହାନ୍ତି। ସରକାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଏମାନଙ୍କ ଭୂମିକା ସ୍ପଷ୍ଟ ନ ଥିବା ବେଳେ ସାଧାରଣ ଜନତା ଙ୍କ ପ୍ରତି ଥିବା କର୍ତ୍ତବ୍ୟ ବାବଦରେ ଜନପ୍ରତିନିଧି ଅବଗତ ନାହାନ୍ତି। ସରକାରଙ୍କ ପକ୍ଷରୁ ତୁରନ୍ତ ସ୍ପଷ୍ଟୀକରଣ ସହ ପରିଚୟ ପତ୍ର ପ୍ରଧାନ ଦାବୀି କରା ଯାଇଥିଲା। ସୂଚନା ଥାଉକି ପଂଚାୟତ କୁ କ୍ଷମତା ହସ୍ତାନ୍ତର ଲାଗି ସରକାରଙ୍କ ପକ୍ଷରୁ ବିଧି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିଭଳି ଜିଲ୍ଲା ସ୍ତରରେ ସାଧାରଣ ଜନତା ଙ୍କ ସ୍ଵର ଶାଣିତ କରିବାକୁ ଜିଲ୍ଲା ପରିଷଦ ଗଠନ କରାଯାଇଛି। ଗତ ଏପ୍ରିଲ ୧ରୁ ରାଜ୍ୟ ସରକାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡି ଆର୍ ଡି ଏ)କୁ ଉଚ୍ଛେଦ କରିବା ସହ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ପରିଣତ ହୋଇଛି।ହେଲେ ବିଳମ୍ବନା ର ପ୍ରଶ୍ନ କେବଳ କାର୍ଯ୍ୟାଳୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଜିଲ୍ଲାପରିଷଦ ବୈଠକ ର ଶୈଳୀ ଯେମିତି କି ସେମିତି ଅଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ସେମାନଙ୍କ ଦାୟିତ୍ଵ ସମ୍ପର୍କରେ ଅବଗତ ନାହାନ୍ତି ହେଲେ ବର୍ଷ ବର୍ଷ ଧରି ବୈଠକ ଚାଲିଛି କିଭଳି। ତୁରନ୍ତ ରାଜ୍ୟ ସରକାର ଅବଗତ କରନ୍ତୁ ବୋଲି ସମସ୍ତ ସଭ୍ୟ/ସଭ୍ୟା ବୈଠକ ରେ ଦାବି ପତ୍ର ପ୍ରଦାନ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜାମଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ;୨୦୨୫ ଷ୍ଟୁଡେଣ୍ଟ୍ ଅଫ୍ ଦ୍ୟା ଇଅର,୨୦୨୫ ର ଅନନ୍ୟା ଚୟନ

masiha

ଡ଼ିଡ଼ିସିଏ ସୋରେନ’ର ଯୋଡ଼ା ସରକାରୀ ଘରେ-ସରକାରଙ୍କ ଲୁହାପଥର ନମୁନା ଗୁଣ୍ଡ ଠାବ

masiha

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

Sunil Chandra Nayak

Leave a Comment

error: Content is protected !!