ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାଲଗୁମା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଡାଲଗୁମା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କୋକସରା,୯/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଳଗୁମା ପଞ୍ଚାୟତରେ ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୋଟେର ଯୋନ ଜିଲ୍ଲା ପରିଷଦ ସଦସ୍ୟ ବୈଜୟନ୍ତି ପୁଝାରୀ, ସମ୍ମାନିତ ଅତିଥି ଭାବେ ବିଜେଡିର ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ପୂର୍ବତନ ସରପଞ୍ଚ ସରୋଜିନୀ ପଟ୍ଟନାୟକ, ନାଏବ ସରପଞ୍ଚ ଗୀତାଞ୍ଜଳି ଖର୍ସେଲ , ପୂର୍ବତନ ସମିତି ସଭ୍ୟ ଭୁବନେଶ୍ୱର ମାଝୀ, ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖର୍ସେଲ, ୱାର୍ଡ ସଭ୍ୟ ପ୍ରବୀର ପଣ୍ଡା, ଦିଗାମ୍ବର ବେମାଲ, ଦିଗାମ୍ବର ଦଲପତି, ମୁଖ୍ୟ ବକ୍ତା ଭାବେ ଆମପାଣି ଜୋନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ମାଝୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ, ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ସୁଚିତ କରିଥିଲେ। ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗର ଷ୍ଟଲରେ ଲୋକଙ୍କୁ ରାଜ୍ୟ ସରକାରଙ୍କ ସରକାରୀ ସ୍ତରରେ ରହିଥିବା ଯୋଜନା ବିଷୟରେ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଘୁମୁରା କଳାକାର ଓ ସ୍ଥାନୀୟ କଳାକାର ମାନେ ଓଡିଶୀ, ସମ୍ବଲପୁରୀ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଟିକେଶ୍ୱର ରାଉତ ଓ ଭକ୍ତି ରାମ ପୋଢ ମଞ୍ଚ ସଂଯୋଜନା କରିଥିଲେ । ପିଇଓ ରାଜେନ୍ଦ୍ର ସୋରି, ଜିଆରଏସ ଜନ୍ମେଜୟ ଘି ଓ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ମେଗା ରକ୍ତଦାନ ଶିବିର ପାଇଁ ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ପ୍ରସ୍ତୁତି

Sunil Chandra Nayak

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଧାରଣା ସ୍ଥାନରେ ଇଏସ୍ଆଇସି ଆଞ୍ଚଳିକ କମିଟି ସଦସ୍ୟଙ୍କ ଉଦବୋଧନ

Sunil Chandra Nayak

ବରିଷ୍ଠ ଶିକ୍ଷକ ଦୟାନିଧି ପଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!