ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣିକ ଫାଉଣ୍ଡେସନ ର ସଦଭାବନା ରାଲି ସହ ପଖାଳ ଦିବସ ପାଳନ

ମାଣିକ ଫାଉଣ୍ଡେସନ ର ସଦଭାବନା ରାଲି ସହ ପଖାଳ ଦିବସ ପାଳନ

ରାଉରକେଲା: ସାମାଜିକ ଅନୁଷ୍ଠାନ ମାଣିକ ଫାଉଣ୍ଡେସନ ତରଫରୁ ଉତ୍କଳ ଦିବସ ପାଳନ ଅବସରରେ ଏକ ସଦଭାବନା ରାଲି ରାଉରକେଲା ହାଉସ ଛକ ଠାରୁ ଆମ୍ବାଗାନ ଛକ ନିକଟସ୍ଥ ଗୋପବନ୍ଧୁ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଯାଇଥିଲା। ସମସ୍ତଙ୍କ ମଧ୍ୟରେ ଭାଇଚାରା, ଐକ୍ୟବଦ୍ଧତା ଓ ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତା କୁ ଗୁରୁତ୍ୱାରୋପ କରି ସ୍ଲୋଗାନମାନ ଦେଇଥିଲେ। ସେହିପରି ସେକ୍ଟର ୧୬ଠାରେ ଅନୁଷ୍ଠାନର କର୍ମକର୍ତ୍ତାଗଣ ମଧ୍ୟରେ ପଖାଳ ଦିବସ ପାଳନ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା କାର୍ତ୍ତିକ ରାଉତ, ସଭାପତି କାମିନୀ ମହନ୍ତ, ଉପସଭାପତି କବିତା ବିଶୋଇ, ସମ୍ପାଦକ ସୁମିତା ନାୟକ,ସହ ସମ୍ପାଦିକା ସରିତା ପଲେଇ, କୋଷାଧ୍ୟକ୍ଷ ଗାୟତ୍ରୀ ରାଉତ, ଉପଦେଷ୍ଟା ମୀନାକ୍ଷୀ ପାଢ଼ୀ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଗୈାତମ ବାଡା, ରାହୁଲ ରାୟ, ପପୁ ଚୈ।ଧୁରୀ, ଅଜୟ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଉଭୟ କାର୍ଯ୍ୟକ୍ରମରେ ଶାଶ୍ଵତୀ ରାୟ, ସୁଶ୍ରୀ ସଂଗୀତା ମିଶ୍ର, ସନ୍ଧ୍ୟା ରାଣୀ ସାହୁ,ପ୍ରଭାତୀ ଧଳ, ଅର୍ଚ୍ଚନା ସାହୁ,ରାଜେଶ୍ବରୀ ମହାରଣା, ଶାନ୍ତି ସିଂ ଶୋଭା ମହାତୋ, ସରୋଜିନୀ ବିଶ୍ବାଳ, ସବିତା ନାୟକ, ସୁଜାତା, ଅଜୟ ଦାସ,ଅନନ୍ତ ନାରାୟଣ ମହାନ୍ତି, ଅଙ୍କିତା ବିଶୋଇ,ସାସ୍ବତିକା ଗୈାଡ, ରେଣୁକା ସିଂ,ଆୟୁଶ କୁମାର ପଲେଇ,ସୁଦୀପ ବିଶ୍ବାଳ, ରାଜକୁମାର ସିଂ,ସ୍ବରାଜ ସାହୁ,ବିଶାଲ ମହାତୋ, ପୁଷ୍ପାଞ୍ଜଳି ଦାସ, ପୁଷ୍ପାଞ୍ଜଳି ମିଶ୍ର, କୈଳାସ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଖଇରା ବ୍ଲକ ସମାଜସେବୀ

Sunil Chandra Nayak

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ଓ ମାଗଣା ସ୍ବାସ୍ଥ୍ୟସେବା ଶିବିର 

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପରିବେଶ ଓ ଖଣିଜ ସଂପଦ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!