ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାନୁମଘୁଟୁ ରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ

ମୟୂରଭଞ୍ଜ – (ମସିହା)ମହାନ ସ୍ବାଧୀନତା ସଂଗ୍ରାମୀ ବିଶ୍ବ ନେତା ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଜାନୁମଘୁଟୁ ହାଇସ୍କୁଲ ସ୍କୁଲ ପଡିଆରେ ୬୩ ତମ ତ୍ରିଦିସୀୟ ଖାସ୍ ଦେଶ୍ ପିଢ ମହୋତ୍ସବ -୨୦୨୩ ସ୍ପୋର୍ଟସ କମିଟୀ ଏବଂ ନେତାଜୀ କ୍ଳବ ମିଳିତ ଆନୁକୂଲ୍ୟରେ ଶୁଭ ଉଦ୍ଘାଟିତ ହୋଇଯାଇଛି । ନେତାଜୀଙ୍କ ଜୟନ୍ତୀ ଅବସରରେ ରାଇରଙ୍ଗପୁର ବ୍ଳକ ଖେଳ ପଡିଆରେ ସୋମବାର ଦିନ ସକାଳେ ଏକ ପୁରୁଷ ତିନି ମାରାଥନ୍ ରେସ ଆରମ୍ଭ ହୋଇ ୩୦ ଜଣ ପୁରୁଷ ଜାନୁମଘୁଟୁ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ମାରାଥନ ରେସକୁରାଇରଙ୍ଗପୁର ପୌରପାଳ ଶ୍ରୀ ଅଭିଷେକ ପଟନାୟକ ଶୁଭ ଉଦଘାଟିତ କରିଥିଲେ । ଅପରାହ୍ନରେ ପଡ଼ିଆରେ ତ୍ରିଦୀବସୀୟ ଆଦିବାସୀ ସଂସ୍କୃତି ଓ ଗ୍ରାମ କ୍ରୀଡା ପ୍ରତିଯୋଗିତାକୁ ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି,ସାରସକଣା ପୂର୍ବତନ ବିଧାୟକ ଭାଦବ ହାଁସଦା, ମୟୂରଭଞ୍ଜ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ନଗରପାଳ ଅଭିଷେକ ପଟନାୟକ,ଯୁବ ସମାଜସେବୀ ଅମର ସେଠୀ,ଯୁବ ସମାଜସେବୀ ସୁବୋଧ ମାରାଣ୍ଡି, ରାଇରଙ୍ଗପୁର ଆସେକା ସଭାପତି ମନୋରଂଜନ ମୁର୍ମୁ,ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମଦ, କୁସୁମି ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ରହି ନେତାଜୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ଯ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପ୍ରଥମ ଦିନରେ ତିନି ମାରାଥାନ ରେସ, ସାଇକେଲ ରେସ, ମହିଳାଙ୍କ ଅନଶନ ଦୌଡ଼ ପ୍ରଭୃତି ବହୁ କ୍ରୀଡା ଅନୁଷ୍ଠିତ ହେବାସହ ସଂନ୍ଧ୍ୟାରେ ଆକର୍ଷଣୀୟ ଆଦିବାସୀ ଡାଣ୍ଠା ନାଚ ଓ ଡ୍ରାମା ନାଚ ଅନୁଷ୍ଠିତ ହୋଇଥିଲା । ଅତିଥିଗଣ ପଡ଼ିଆରେ ଉପସ୍ଥିତ ରହି ଅଂଚଳବାସୀଙ୍କ ନବ ବର୍ଷ ,ମକର ପର୍ବ ଏବଂ ପବିତ୍ର ମାଘ ମାସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଵା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ସଭାରେ ପୂର୍ବତନ ମନ୍ତ୍ରୀ କହିଥିଲେ କ୍ରୀଡା ଜୀବନରେ ଶାନ୍ତି,ସୁଖ ଓ ଉତ୍ତମ ସ୍ଵାସ୍ଥ୍ୟ ,ପ୍ରୀତି,ମେତ୍ରୀ, ଭାଇଚାରାକୁ ଗୁରୁତ୍ଵ ବହନ କରିଥାଏ । ସଂସ୍କୃତି ସମସ୍ତଙ୍କୁ ଯୋଡିବା ସହ ଆନନ୍ଦ ଓ ଉଲ୍ଲାସ ଆଣିଥାଏ । ବସ୍ତୁବାଦୀ ଦୁନିଆରେ ସାରା ବିଶ୍ବ ଅଶାନ୍ତ ହୋଇଛି ।ଶାନ୍ତି ପାଇଁ ବିଶ୍ବ ପାଗଳ ।ହେଲେ ଗ୍ରାମାଞ୍ଚଳରେ ଏହି ଆଂଚଳିକ ଗ୍ରାମଟି ତ କ୍ରୀଡା, ନୃତ୍ୟ ଓ ଡ୍ରାମା ସମସ୍ତଙ୍କୁ ଆକର୍ଷଣ କରି ସମସ୍ତ ଙ୍କ ମନରେ ହସ ଫୁଟାଇଥାଏ ।କାର୍ଯ୍ୟକ୍ରମ ଆୟୋଜକ ଙ୍କ ପ୍ରଚେଷ୍ଟାକୁ ଅତିଥିଗଣ ଭୂରିୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ନେତାଜୀ କ୍ଲବ୍ ଓ ଖାସ ଦେଶପିଢ ତୋ କମିଟିର କର୍ମକର୍ତ୍ତା ରାମଚନ୍ଦ୍ର ହାଁସଦା,ରାମ ବାସ୍କେ,କୁଆଁର ମୁର୍ମୁ, ହିନ୍ଦୁ ବେଶ୍ୟା ବିଘ୍ନେଶ୍ୱର ବାସ୍କେ ଏବଂ ଅନ୍ୟ ସହଯୋଗୀମାନେ ପରିଚାଳନା ରେ ସହଯୋଗ କରିଥିଲେ । ହଜାର ହଜାର ଦର୍ଶକ କ୍ରୀଡା ଓ ନୃତ୍ୟ ଉପଭୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

masiha

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ଫଳାଫଳ; ସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକ ମନୋଜ ଦାସ 

masiha

ବରlତି ଯାଇ ଫେରୁଥିବା ବେଳେ କାର ଦୁର୍ଘଟଣା,୧ ମୃତ ୩ ଗୁରୁତର 

masiha

Leave a Comment

error: Content is protected !!