ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ବାଳିକା ଦିବସ, କନ୍ୟା ରତ୍ନ ସୁରକ୍ଷା

ନୂଆପଡା, ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ ହୋଇଛି। ନୂଆପଡା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର , ଶୈକ୍ଷିକ ବିକାଶ ସଂଯୋଜକ ହେମନ୍ତ ଭୋଇ ଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ମହା ସମାରୋହରେ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ନକୁଳ ଶବରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ସତୀଶ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ନାଥ ପତି , ବାଳିକା ଶିକ୍ଷା ସଂଯୋଜକ ପ୍ରତାପ ଚନ୍ଦ୍ର ପାତ୍ର, ପ୍ରୋଗ୍ରାମ ଆସିଷ୍ଟାଣ୍ଟ କିଶୋର କୁମାର ମହଲା ଯୋଗଦାନ କରି ବାଳିକା ଶିକ୍ଷାରେ ଆତ୍ମରକ୍ଷା ତାଲିମର ଆବଶ୍ୟକତା ସଂପର୍କରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଗୌରୀ ଶଙ୍କର ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ। ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ଓ ସଂସ୍କୃତ ଶିକ୍ଷକ ନିରଞ୍ଜନ ବିଶ୍ୱାଳ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର ବିଚାରକ ଭାବେ ଶିକ୍ଷାବିତ ସତୀଶ କୁମାର ପଟ୍ଟନାୟକ , ଶିକ୍ଷିକା ମନୋରମା ରଥ ଓ ସି.ଆର୍.ସି.ସି. କ୍ଷୀରୋଦ ଗହୀର ଯୋଗଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ଼ ମହିଳା କଲେଜରେ ସାଇବର ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

masiha

ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

masiha

Leave a Comment

error: Content is protected !!