ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଚାକିରୀର ପଦୋନ୍ନତିରେ ଅନିୟମିତତା. ହିରଣ୍ମୟୀ’ ରାୟର ଅପବ୍ୟବହାର:ପ୍ରତିବାଦ

ସରକାରୀ ଚାକିରୀର ପଦୋନ୍ନତିରେ ଅନିୟମିତତା. ହିରଣ୍ମୟୀ’ ରାୟର ଅପବ୍ୟବହାର:ପ୍ରତିବାଦ

ଜୁନାଗଡ଼,୨୯/୮(ମନୀ ସ) CDMO ଉଦ୍ଦେଶ୍ୟମୂଳକ ଭାବେ ‘ହିରଣ୍ମୟୀ’ ମାମଲାର ରାୟକୁ ଭୁଲ୍ ତର୍ଜମା କରୁଛନ୍ତି। ଏହାଦ୍ୱାରା ପଦୋନ୍ନତି ନିୟମ Rule 3-A କୁ ଉଲ୍ଲଂଘନ କରାଯାଇ ବରିଷ୍ଠ SC/ST ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସାଧାରଣ ବର୍ଗ (UR) ପଦୋନ୍ନତିରୁ ବେଆଇନ ଭାବେ ବାଦ୍ ଦିଆଯାଇ ରୋଷ୍ଟର ସ୍ଥାନାନ୍ତର (Roster Displacement) କରାଯାଉଛି।

ଖଣ୍ଡପୀଠ (Division Bench) ଙ୍କ ସ୍ଥଗିତାଦେଶର ଉଲ୍ଲଂଘନ: SC/ST କର୍ମଚାରୀମାନଙ୍କ ପଦୋନ୍ନତି ସମ୍ପର୍କିତ ମୂଳ ମାମଲାଗୁଡ଼ିକ (Batch of cases) ବର୍ତ୍ତମାନ ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚରେ ବିଚାରାଧୀନ ଅଛି ଏବଂ ଏହା ଉପରେ କୋର୍ଟଙ୍କ ସ୍ଥଗିତାଦେଶ (Stay order) ରହିଛି। ଗତ ୨୫.୦୮.୨୦୨୬ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଏହି ମାମଲାକୁ ମଧ୍ୟ ମାନ୍ୟବର କୋର୍ଟ ବିଧିବଦ୍ଧ ଭାବେ ଏହି ମୂଳ ମାମଲା ସହ ଟ୍ୟାଗ୍ (Officially Tagged) କରିସାରିଛନ୍ତି।

ରାୟ ଆସିବାର ମାତ୍ର କିଛି ଦିନ ପୂର୍ବରୁ ବେଆଇନ ତତ୍ପରତା: ମାନ୍ୟବର ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଅର୍ଥାତ୍ ୦୧.୦୯.୨୦୨୬ ରେ ଏହି ବିବାଦ ଉପରେ ଚୂଡ଼ାନ୍ତ ରାୟ ଶୁଣାଇବେ। କୋର୍ଟଙ୍କ ରାୟକୁ ଅପେକ୍ଷା ନକରି ଆଜି ତା 28.8.2026 ତରବରିଆ ଭାବେ DPC କରିବା ସିଧାସଳଖ ନ୍ୟାୟାଳୟଙ୍କ ଅବମାନନା (Contempt of Court) ଅଟେ। କୋର୍ଟର ରାୟ ଆସିବା ପର୍ଯ୍ଯନ୍ତ DPC ବୈଠକ ନ କରିବା କୁ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଏବଂ ଆଦିବାସୀ ବୁଦ୍ଧିଜିବୀ CDMO DWO ଜିଲ୍ଲାପାଲ ଙ୍କୁ ଭେଟି ଅଭିଯୋଗ କରାଯାଇଛି… ସାମ୍ବିଧାନିକ ପ୍ରକ୍ରିୟାରେ କୋର୍ଟର ରାୟକୁ ନ ମାନି ଏସ୍ ଟି ଏସ୍ ସି ଚାକିରିଆ ମାନଙ୍କୁ ପଦୋନ୍ନତିରେ ଅନିୟମିତତା କରି ତରବରିଆ ଭାବରେ CDMO କଳାହାଣ୍ଡି DPC ବୈଠକ କରି ପ୍ରମୋଶନ କରି ଦେବାର ବ୍ୟବସ୍ଥାକୁ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଦୃଢ଼ ବିରୋଧ କରୁଛନ୍ତି ସାଥିରେ ଥିଲେ tc ଗଙ୍ଗାଧର ଜାଲ BMP ରାଜ୍ଯ ସଭାପତି ଡମ୍ବୁରୁଧର ଜାଲ bmm ରାଜ୍ଯ ପ୍ରଭାରୀ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ଶତ୍ରୁଘ୍ନ ନାଏକ ସାଧାରଣ ସମ୍ପାଦକ ବଳରାମ ଦୁର୍ଗା କଲମପୁର ସଭାପତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ରେଳ ମଣ୍ଡଳର ପଣ୍ୟ ପରିବହନରେ ରେକର୍ଡ ସଫଳତା ଜୁଲାଇରେ ପଣ୍ୟ ବୋଝେଇ ୧୩.୪୫% ଓ ରେକ୍ ଲୋଡିଂ ୧୧.୩୨% ବୃଦ୍ଧି; ଭିତ୍ତିଭୂମି ବିକାଶରେ ମଧ୍ୟ ବଡ଼ ସଫଳତା

Sunil Chandra Nayak

ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।। “ଶିକ୍ଷାଦାନ କ୍ଷେତ୍ରରେ ଅବସର ନାହିଁ ” 

masiha

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

masiha

Leave a Comment

error: Content is protected !!