ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ଉଇସଡ଼ମ ପାର୍କରେ ଭିକନ ଅଇକ୍ୟୁ ୨୦୨୬ ଅନୁଷ୍ଠିତ 

ବିକାଶ ଉଇସଡ଼ମ ପାର୍କରେ ଭିକନ ଅଇକ୍ୟୁ ୨୦୨୬ ଅନୁଷ୍ଠିତ 

ଭବାନୀପାଟଣାସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ବାର୍ଷିକ ବିଜ୍ଞାନ ମେଳା ଭିକନ ଆଇକ୍ୟୁ ୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଜ୍ଞାନ ମେଳାରେ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ବିଜ୍ଞାନ ଶିକ୍ଷକ ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟ, ନର୍ଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ୱର ରାଓ, ନିର୍ଦ୍ଦେଶକ ଡି ଶ୍ୟାମ, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ବିଜ୍ଞାନ ମେଳାରେ ଅଷ୍ଟମରୁ ଦ୍ୱାଦଶ ଏବଂ ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ବିଭିନ୍ନ ବିଭାଗରୁ ପ୍ରାୟ ଏକଶହରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏହି ପ୍ରକଳ୍ପ ଗୁଡିକୁ ମନୋନୀତ କରିବା ନିମନ୍ତେ ଦଶଜଣ ବିଚାରପତି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅଧ୍ୟକ୍ଷା ଆରତୀ ମିଶ୍ର ସ୍ୱାଗତ ବକ୍ତବ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ପରେ ଅତିଥି ଓ ବିଚାରକ ମଣ୍ଡଳୀ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ ଓ ମୂଲ୍ୟାଙ୍କନ କରିଥିଲେ । ଶ୍ରେଷ୍ଠ ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିଲା । ଏହି ମେଳାରେ ବହୁ ନୂତନ ଧରଣର ପ୍ରକଳ୍ପ ମାନ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଏହି ବିଜ୍ଞାନ ମେଳାକୁ ନୂତନ ଯୁବ ପିଢ଼ିର ଚିନ୍ତା, ଚେତନା ଓ ପରିକଳ୍ପନାର ଉତ୍ସ ବୋଲି ଅବିହିତ କରିଥିଲେ । ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଲିଡ୍, ବିଭାଗୀୟ ମୁଖ୍ୟ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଙ୍କ ସହଯୋଗ ରହିଥିଲା। ବହୁ ସଂଖ୍ୟାରେ ଅଭିଭାବକ ମାନେ ଯୋଗଦେଇ ମେଳାଟିକୁ ଉପଭୋଗ କରିଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ୟୁଥ୍ ହଷ୍ଟେଲର ବିଶ୍ବ ପରିବେଶ ଦିବସ ପାଳନ 

masiha

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ସୁନ୍ଦରଗଡ଼ର ୧୪.୫୬ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ

Sunil Chandra Nayak

ବେଲପଡା ଅଂଚଳ ରେ ବୁଲା କବିରାଜ୍  !

Sunil Chandra Nayak

Leave a Comment

error: Content is protected !!