ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓଡ଼ିଶା ଯୁବ ଓଡ଼ିଶା ନବିନ ଓଡିଶା ପ୍ରତିଯୋଗିତା ଉଦଯାପିତ

ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓଡ଼ିଶା ଯୁବ ଓଡ଼ିଶା ନବିନ ଓଡିଶା ପ୍ରତିଯୋଗିତା ଉଦଯାପିତ

ବନ୍ଧୁଗାଁ ତା ୧୮/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓଡ଼ିଶା ଯୁବ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସେଠୀ ଙ୍କ ଅଧ୍ୟକ୍ଷତା ଓ ତତ୍ତ୍ଵାବଧାନରେ ଦୀର୍ଘ ୧୮ ଦିନ ଧରି ସାମାଜିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରିଡ଼ା କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହୋଇଥିଲା। ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଉପସ୍ଥିତ ରହି ଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବିଜେଡ଼ି ଜିଲ୍ଲା ସଭାପତି ଓ ପୂର୍ବତନ ସାଂସଦ ଝିନ ହିକକା , ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର,ବ୍ଲକ ବିଜେଡ଼ି ସଭାପତି ବାଲା ନାଗ, ଏସ ଡି ସି ସଦସ୍ୟ ଲଡୁ ହୁଲୁକା , କଂଗ୍ରେସ ବ୍ଲକ ସଭାପତି ଡି ଏଙ୍କାଟି, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମଦନ ମୁଦୁଲି , ସି ଆର ସି ସଞ୍ଜୟ କୁମାର ସିଂ,ବିଜେପି ବ୍ଲକ ସଭାପତି ଶରତ ପାତ୍ର, ସି ପି ଆଇ ବ୍ଲକ ସଭାପତି ଲକ୍ଷ୍ମୀ ନାରାୟଣ ପାତ୍ର, ବ୍ଲକ ଉପଧକ୍ଷା ଗୀତାଞ୍ଜଳି ପୀଡିକା, ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଉପସ୍ଥିତ ରହି ଥିଲେ। ସମସ୍ତ ଉପସ୍ଥିତ ଥିବା ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କୁ ସ୍ଥାନୀୟ ଦେଶିଆ ବାଦ୍ୟର ତାଳେ ତାଳେ ଛାତ୍ରୀ ମାନଙ୍କ ଦ୍ଵାରା ଢେମଶା ନାଚି ପାଛଟି ଅଣା ଯାଇଥିଲା।ଏହା ସହିତ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ସମସ୍ତ ଅତିଥି ମାନଙ୍କ ଦ୍ଵାରା ନୂଆ ଓଡ଼ିଶା ଯୁବ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ ରହିଛି ଏହା ଛାତ୍ରଛାତ୍ରୀ ମାନଙ୍କର କ୍ରିଡ଼ା ପ୍ରତି ଆକୃଷ୍ଟ କରିବା ଓ ସେମାନଙ୍କ ଭିତରେ ଲୁଚି ରହି ଥିବା ପ୍ରତିଭା ଗୁଡ଼ିକୁ ଲୋକ ଲୋଚନ ଆଡ଼କୁ ଆଣି ଆନ୍ତର୍ଜାତିକ ସ୍ତରରେ ପହଞ୍ଚି ନିଜ ଗାଁ, ବ୍ଲକ, ଜିଲ୍ଲା, ରାଜ୍ୟ ଓ ଦେଶ ନାମ ରଖି ପରିବା। ଏହି ପ୍ରକାର ଦୂରଦୃଷ୍ଟି ନେଇ ଥିବା ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତ କାରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ। ଅତି ସୁନ୍ଦର ଭାବରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଢେମଶା ନାଚ ନାଚି ଥିଲେ ।ଦୀର୍ଘ ୧୮ ଦିନ ଧରି ପରିଚାଳିତ କାର୍ଯ୍ୟକ୍ରମ ରେ ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରଥମ, ଦୂତିୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ସେମାନଙ୍କୁ ମାନପତ୍ର ଓ ଟ୍ରଫି ଗୁଡିକ ଉପସ୍ଥିତ ମୂଖ୍ୟ ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସେଠୀ ଚଳିତ ବର୍ଷ ପ୍ରଥମ କରି ଆମ ସ୍କୁଲ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରଥମ କରି ନୂଆ ଓଡ଼ିଶା ଯୁବ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରି ସୁଯୋଗ ଦେଇଛନ୍ତି। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଆମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଗ୍ୟ ଆଜି ଆମ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଉପସ୍ଥିତ ରହି ଥିବା ଯୋଗୁଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ରେ ହାତୀ,ନେଲା ଜଣଙ୍କ ଜୀବନ 

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ସମାଜ ସେବୀ ଇଂଜିନିୟର ଅଲେଖ ଚନ୍ଦ୍ର ପଲାଇଙ୍କ ବିୟୋଗରେ ଶୋକ

masiha

Leave a Comment

error: Content is protected !!