ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ର ସାଧାରଣ ସଭା ରେ ରାଜ୍ୟସଭା ସାଂସଦ ଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର ତା 21.05 // ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି. ରେଲୱେ ସମସ୍ୟା ସମ୍ବନ୍ଧିତ ସଂଘ ର ସାମୁହିକ ସ୍ୱାର୍ଥ ସୁରକ୍ଷା ସମ୍ବଳିତ ଦାବୀ ଗୁଡିକ ଉପରେ ସାଂସଦ ଶ୍ରୀ ବିଶି ସକ୍ରିୟ ଭୂମିକା ଗ୍ରହଣ କରି ଆସୁଛନ୍ତି। ଖୋର୍ଦ୍ଧା ବଲାଙ୍ଗିର ନୂତନ ରେଳ ଲାଇନ ନିର୍ମାଣ, ବଲାଙ୍ଗିର ରୁ ଦିଲ୍ଲୀ ପ୍ରୟାଗରାଜ କୁ ଟ୍ରେନ ଚଳାଚଳ, ବଲାଙ୍ଗିର ରୁ ନୂଆପଡା ଭାୟା ଚୂଡ଼ାପାଲି ପାଟଣାଗଡ ଖପ୍ରାଖୋଲ ନୁଆଁ ଟ୍ରେନ ଲାଇନ ନିର୍ମାଣ,ବଲାଙ୍ଗିର ରେଲୱେ ଷ୍ଟେସନ ର ଆଧୁନିକ କରଣ ସହିତ କ୍ଲାସ ଏ ଷ୍ଟେସନ ବ୍ୟବସ୍ଥା,ବୟସ୍କ, ରୋଗୀ, ଶାରୀରିକ ଦିବ୍ୟାଙ୍ଗ ମାନଙ୍କ ପାଇଁ ଲିଫ୍ଟ, ବ୍ୟାଟେରୀ ଚlଳିତ ଗାଡି ବ୍ୟବସ୍ଥା, କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ହସ୍ପିଟାଲ,ୱାଗନ ଫେକ୍ଟ୍ରି, ଲୋକୋସେଡ ନିର୍ମାଣ, ଟିଟିଲାଗଡ଼ ରେଲୱେ ଷ୍ଟେସନ ର ଆଧୁନିକ କରଣ, ନୂଆପଡା ଜୟପୁର ଭାୟା ଧର୍ମଗଡ଼ କୋକସରା ନୁଆଁ ରେଲୱେ ଲାଇନ, ବଲାଙ୍ଗିର ରୁ ଭୁବନେଶ୍ୱର କୁ ସକାଳୁଆ ଟ୍ରେନ ଚଳାଚଳ ପାଇଁ ସାଂସଦ ଶ୍ରୀ ବିଶି କେନ୍ଦ୍ର ରେଲୱେ ବିଭାଗ, ରେଲୱେ ମନ୍ତ୍ରୀ ଙ୍କ ସହିତ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେଉଥିବାରୁ ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହା ସହିତ ସଂଘ ର ସଭାପତି ରେଲୱେ ସମସ୍ୟା ସମ୍ବନ୍ଧରେ ଏକ ସ୍ମାରକପତ୍ର ସାଂସଦ ଶ୍ରୀ ବିଶି ଙ୍କୁ ପ୍ରଦାନ କରିଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଆଜି ତା ୧୩-୦୫-୨୦୨୫ ରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ ଅନୁଷ୍ଠିତ ହେବ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

masiha

“ବିପ୍ଳବଙ୍କ ଏକଦଶାହରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି “

Sunil Chandra Nayak

Leave a Comment

error: Content is protected !!