ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକକୁ ମ୍ୟାଲେରିଆ ମୁକ୍ତ କରିବାକୁ ଆହ୍ୱାନ ଦେଲେ ବିଧାୟକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଲାଞ୍ଜିଗଡ଼ ବ୍ଲକକୁ ମ୍ୟାଲେରିଆ ମୁକ୍ତ କରିବାକୁ ଆହ୍ୱାନ ଦେଲେ ବିଧାୟକ

ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଲାଞ୍ଜିଗଡ଼, ୦୧/୦୫(ମନିସ)-କିଛି ବର୍ଷ ପୂର୍ବରୁ ମ୍ୟାଲେରିଆ ହ୍ରାସ ପାଇଥିବାବେଳେ ଏବେ ପୁଣି ଏହାର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି।

ଲାଞ୍ଜିଗଡ ବ୍ଲକକୁ ମ୍ୟାଲେରିଆ ମୁକ୍ତ କରିବାକୁ ଆମକୁ ସଂକଳ୍ପ ନେବାକୁ ହେବ। ଏଥିପାଇଁ ସମସ୍ତଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଏବଂ ସମସ୍ତ ଜନସାଧାରଣ ଏହାକୁ ନିଜର ସାମାଜିକ ଦାୟିତ୍ୱ ଭାବି ଆଗେଇ ଆସିବାକୁ ହେବ ବୋଲି ଆଜି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ମଶାରି ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏପରି ଆହ୍ୱାନ ଦେଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ବିଧାୟକ ଶ୍ରୀ ଦିଶାରୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ସମାଜସେବୀ ହରିଶଙ୍କର ପାତ୍ର, ଜନ ଆରୋଗ୍ୟ ସମିତିର ସଦସ୍ୟ ଜଗଦୀଶ ବେନିଆ, ରଘୁବୀର ନାଗ, ବିଶ୍ୱନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ହିତେଶ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିପିଏମ ମାନସରଞ୍ଜନ ସ୍ୱାଇଁ ପରିଚାଳନା କରିଥିବାବେଳେ ବିପିଓ ମିତ୍ରଭାନୁ ଦାସ, ଏମଟିଏସ ସଞ୍ଜୟ ଦାସଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

masiha

ଯୋଡ଼ା ସରକାରୀ ଖଣି ବିଭାଗ ନାମରେ ସମ୍ବାଦ ପ୍ରକାଶନ କର – “ଜେଏସଡବ୍ଲୁ କର୍ମଚାରୀ” 

masiha

ଭୁବନେଶ୍ୱର ଠାରେ ରାସ ବିହାରୀ ବେହେରାଙ୍କ ଉପନ୍ୟାସ “ଅନ୍ୱେଷି” ଲୋକାର୍ପିତ

Leave a Comment

error: Content is protected !!