ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁରରେ ହିନ୍ଦୁମାନଙ୍କୁ ଆକ୍ରମଣ ଘଟଣାରେ ଢେଙ୍କାନାଳ ହିନ୍ଦୁ ଏକତା ମଂଚ ତରଫରୁ ନିନ୍ଦା 

ଢେଙ୍କାନାଳ, ୨୪/୪: ଚଳିତ ମାସ ୧୨ ଓ ୧୪ ତାରିଖ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତି ପାଳନ ଅବସରରେ ସମ୍ବଲପୁର ସହରରେ ଅନୁଷ୍ଠିତ ପ୍ରସ୍ତୁତି ଶୋଭାଯାତ୍ରା ଓ ପୂର୍ଣ୍ଣାଙ୍ଗ ଶୋଭାଯାତ୍ରା ଉପରେ ସମ୍ବଲପୁର ହିନ୍ଦୁ ଭକ୍ତ ମଣ୍ଡଳୀ, କାର୍ଯ୍ୟକର୍ତା ଓ ଆଇନ୍ ଶୃଙ୍ଖଳା ଅଧିକାରୀ ମାନଙ୍କ ଉପରେ ସଂଖ୍ୟାଲଘୁ ସଂପ୍ରଦାୟର ଆତଙ୍କୀ ଗୋଷ୍ଠୀ ଦ୍ବାରା ଯେପରି ପୂର୍ବ ପ୍ରସ୍ତୁତି ପୂର୍ବକ ପଥର ମାଡ, ଖଣ୍ଡା ଓ ଛୁରୀ ଆଦି ମାରଣାସ୍ତ୍ର ଦ୍ୱାରା ଆକ୍ରମଣ, ପୋଡାଜଳା, ବାଇକ୍ ଭଙ୍ଗା ଓ ହିଂସା କାଣ୍ଡ ଭିଆଗଲା, ଏହା ଅତ୍ୟନ୍ତ ନିଷ୍ଠୁର, ବେଦନା ଦାୟକ ଓ ହିନ୍ଦୁ ସମାଜ ଏହାକୁ ଦୃଢ ଭାବେ ନିନ୍ଦା କରୁଛି । ଅହିଂସାର ପୂଜାରୀ, ରାଷ୍ଟ୍ରପ୍ରେମୀ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ବାରା ପ୍ରାୟୋଜିତ ଅତ୍ୟାଚାର ବର୍ତମାନର ସବୁଠାରୁ ଆହ୍ବାନର ବିଷୟ । ରାଜ୍ୟ ସରକାରଙ୍କ ତୁଷ୍ଟୀକରଣ ମନୋଭାବ, ଜେହାଦୀମାନଙ୍କ ପ୍ରତି ଶୀତଳ ଆଭିମୁଖ୍ୟ ଓ ସଂଖ୍ୟା ଗରିଷ୍ଠ ହିନ୍ଦୁ ସମାଜର ସୁରକ୍ଷା ପ୍ରତି ହେୟ ମନୋଭାବ ରାଷ୍ଟ୍ର ବିରୋଧ ତତ୍ତ୍ବ ଓ ଧାର୍ମିକ ଅସହିଷ୍ଣୁତାକୁ ଶାସକ ଦଳ ଦ୍ୱାରା ପ୍ରୋତ୍ସାହନ ଦିଆଯାଇ ଜାତୀୟ ସଙ୍ଘତି ଓ ହିନ୍ଦୁ ପରଂପରାକୁ ପଦ ଦଳିତ କରାଯାଉଛି । ଆମ ରାଜ୍ୟରେ ଏହା ଏକକ ଘଟଣା ନୁହେଁ। ସଂଖ୍ୟାଲଘୁମାନଙ୍କ ଦ୍ୱାରା ଆକ୍ରମଣ, ଗୁଣ୍ଡାରାଜ, ମାଫିଆରାଜ, ଲଭ୍ ଜେହାଦ୍, ସାଧୁସନ୍ଥଙ୍କୁ ହତ୍ୟା, ଧର୍ଷଣ, ଚୋରୀ, ରାହାଜାନୀ ଇତ୍ୟାଦି ଦେଶ ବିରୋଧୂ ତତ୍ଵକୁ ସମୃଦ୍ଧ କରୁଅଛି ଓ ଏହା ମୁଖ୍ୟତଃ ସଂଖ୍ୟାଲଘୁମାନଙ୍କ ଦ୍ଵାରା ସଂରଚନା କରାଯାଉଛି। ଏହି ଧାର୍ମିକ ଉନ୍ମାଦନାର ପ୍ରଚ୍ଛଦପଟରେ ପିଏଫ୍ଆଇ/ଏସ୍‌ଟିପିଆଇ ଆଦି ଆତଙ୍କ ସଂଗଠନର ଭୂମିକା ପ୍ରଣିଧାନ ଯୋଗ୍ୟ । ଯାହା ଭାରତର ସାମାଜିକ, ଧାର୍ମିକ ଓ ରାଜସତାର ସ୍ଥିରତାକୁ ବିପନ୍ନ କରୁଅଛି । ଏଣୁ ଏହି ରାଷ୍ଟ୍ରବିରୋଧ ତତ୍ବଗୁଡିକୁ ପ୍ରତିବନ୍ଧିତ କରାଯାଉ ଓ ଆତଙ୍କୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ତଥା ରାଷ୍ଟ୍ରର ସୁରକ୍ଷା, ସନ୍ତୁଳିତ ସାମାଜିକ ବ୍ୟବସ୍ଥା ଓ ଉଚିତ ରାଜଧର୍ମ ପାଳନ ନିମନ୍ତେ ଉପରୋକ୍ତ ଷଡଯନ୍ତ୍ରକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ପ୍ରଶାନ୍ତ କୁମାର ମିଶ୍ର, ହୃଦାନନ୍ଦ ଶତପଥୀ, ଅଶୋକ କୁମାର ଭଞ୍ଜ, ରଘୁନାଥ ପଣ୍ଡା, ପବିତ୍ର ମୋହନ ଦାସ, ଅଞ୍ଜନ କୁମାର ହୋତା, ରାକେଶ କୁମାର ସାହୁ, ବିଶ୍ବନାଥ ସାହୁ, ବସନ୍ତ କୁମାର ନାୟକ, ଅନିତା ସାଇଁ, ସୁରେଶ କୁମାର ଝୁଟିଆ, ମମତା ନାୟକ ଓ ମମତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବାରମ୍ବାର ଖବର ପ୍ରସାରଣ ପରେ ବି ସୁଧୁରିଲା ନାହିଁ ଆଳଦା-ତୋରାଣିପଦ ରାସ୍ତାର ଅବସ୍ଥା, କୁଆଡ଼େ ନେତା ଓ ପ୍ରଶାସନ ?

Sunil Chandra Nayak

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

ଜୟପାଟଣା:ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଭବ୍ୟ ଆୟୋଜନ ଯୋଗୁଁ ଭେଜିଗୁଡା ପ୍ରଥମ ସ୍ଥାନ ଅଧିକାର କରିଛି

Sunil Chandra Nayak

Leave a Comment

error: Content is protected !!