ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

 ମୟୂରଭଞ୍ଜ – ୮/୧୦ ( ମସିହା)ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ତେଣୁ ଦଳୀୟ ନିଷ୍ପତ୍ତି କ୍ରମେମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିମାନ୍ତ ତିରିଂ ବ୍ଳକର ନାରଣପୁର ପଞ୍ଚାୟତର ସିଗଦି ଗ୍ରାମର ଜାମବଣିର ଗଆଲଉଡଇ ଗାଁ ପର୍ଯ୍ୟନ୍ତ ଆଜି ରବିବାର ଦିନ ବିଜେଡ଼ିର ଜନସଂପର୍କ ପଦଯାତ୍ରା ବ୍ଳକ ସଭାପତି ବଳଦେବ ହେମ୍ବ୍ରମ ( ଵାଣଜୁ ଭାଇ)ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ପ୍ରାକ୍ତନ ଅଧ୍ଯକ୍ଷା ଜେମାମଣି ଷୁଣ୍ଢି, ପ୍ରାକ୍ତନ ବ୍ଳକ ବିଜେଡି ସଭାପତି ଖିରୋଦ ସି,ପାର୍ଥ ସାରଥି ଷଡ଼ଙ୍ଗୀ,ବ୍ଳକ ଯୁବ ବିଜେଡ଼ି ସଭାପତି ଜଗଦୀପ ରାଜ (ମୁନା) କ୍ଷେତ୍ରୀ , ଛାତ୍ର ବିଜେଡ଼ି ସଭାପତି ବିଜୟାନନ୍ଦ ମିଶ୍ର, କାଦାଇ ଟୁଡୁ, ଚିତା ମୁର୍ମୁ, ମଧୁସୂଦନ ଗାଇପେଇ,ଲଆଦଉରଆ ବାଙ୍କିରା, ମହେନ୍ଦ୍ର ସର୍ଦ୍ଦାର, ଇନ୍ଦ୍ର ପୂର୍ତି,ମାଧବ ପୂର୍ତ୍ତି,ରାଜେଶ ମଉଦଏୟଆଙ୍କ ସମେତ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ଯୋଗ ଦେଇଥିଲେ । ଆଦିବାସୀ ପାରଂପରିକ ଢୋଲ,ମାଦଳ ବଜାଇ ସରକାର ଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ ।ପରେ ଆନନ୍ଦରେ ନୃତ୍ୟ କରିଥିଲେ । ନେତୃବୃନ୍ଦ କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା,କଳାକାର ଭତ୍ତା,ଦିବ୍ଯାଙ୍ଗ ଯୋଜନା,କାଳିଆ ଯୋଜନା, ଛାତ୍ରବୃତ୍ତି,ଶ୍ରମିକ କଲ୍ୟାଣ ଯୋଜନା,ଖାଦ୍ଯ ସୁରକ୍ଷା,ଆବାସ ଯୋଜନା,ବିଜୁ ସେତୁ,ଘରକୁ ଘର ପାଣି, ବିଜୁ ଜ୍ୟୋତି,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା, ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା, ଆଦିବାସୀ କଲ୍ୟାଣ ଯୋଜନା,ମହିଳା ବିକାଶ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି ।ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି କହିଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ ମସିହା ନିଉଜ

Related posts

କୁଣ୍ତୁଳି ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଏବଂ ବିଶାଳ ମିଶ୍ରଣ ପର୍ବ , ଅନ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଲେ ଶତାଧିକ କର୍ମୀ

Sunil Chandra Nayak

ଏବିଭିପି ର ଚାରିଦିନିଆ ଅଭ୍ୟାସ ବର୍ଗ ଉଦଯାପିତ

Sunil Chandra Nayak

ରାଜନଗରରେ ଧୃଵଙ୍କ ବାଜିମାତ୍ କୁ ଇତିହାସ ସୃଷ୍ଟି କଲେ ବିଜେପିର ବୈଜୟନ୍ତ

masiha

Leave a Comment

error: Content is protected !!