ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲାର ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ

ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ

ଜିଲାର ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ

ଗୋଳାମୁଣ୍ଡା  // କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ (ଓୟୁଜେ)ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଜିଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ମୁଖ୍ୟ ଅତିଥି , ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ମୁଖ୍ୟ ବକ୍ତା ,ସ୍ୱତନ୍ତ୍ର ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ,ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା,ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ଜିଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା,ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଜିଲାର ବିକାଶ ପାଇଁ ଖବରଦାତା ମାନଙ୍କ ସହଯୋଗ ଓ ଖବର ପରିବେଷଣ ଆବଶ୍ୟକ ଉପରେ ଜିଲାପାଳ କହିଥିଲେ।ସେହିପରି ସାମ୍ବାଦିକ ସୁରକ୍ଷା ଆଇନ,ପେନସନ ଵ୍ୟଵସ୍ଥା ଆଦି ଉପରେ ସରକାରଙ୍କ ଉପରେ ଦାବି କରାଯାଇଥିଲା। ମଞ୍ଚକୁ ସଙ୍ଘଠନ ସଂପାଦକ ଅଂଶୁମାନ ପାତ୍ର ପରିଚାଳନା କରିଥିବାବେଳେ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବାର୍ଷିକ ବିବରଣୀ ପଠନ କରିଥିଲେ।

ଏହି ଅବସରରେ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡାମାଝୀ ଙ୍କୁ ବୃନ୍ଦାବନ ମିଶ୍ର ସୃତି ,କ୍ଷମା ନିଧି ମହାକୁଡ଼ ଯୁବ ପ୍ରତିଭା ,ବିନ୍ଦୁ ମହା ନନ୍ଦ ଜିଲ୍ଲା ପ୍ରତିଭ।,ପ୍ରଦୀପ ସାହୁ ମହମ୍ମଦ ଅସଲମ ସୃତି, ଓ ରବୀନ୍ଦ୍ର କୁମାର ମିଶ୍ର ବିଜୟ ଦିବେଦୀ ଶୃତି ସମ୍ମାନ ,ଶ୍ରେଷ୍ଠ ସରପଂଚ ନୌକେଶ୍ୱର ପଟେଲ, ଅନ୍ୟ ମାନଙ୍କ ମଧ୍ୟରେ ପିଇଓ ପ୍ରଶାନ୍ତ ନାଏକ ଓ ଅଲେଖ ସା,ଓ ସମିତି ସଭ୍ୟ ଦୁର୍ଗେଶ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ବିଭିନ୍ନ ବ୍ଲକ vରୁ ଶତାଧିକ ସାମ୍ବାଦିକ ସାମିଲ ହୋଇଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ଗୋଳାମୁଣ୍ଡା ବ୍ଲକ ର ସମସ୍ତ ସାମ୍ବାଦିକ ପରିଚାଳନା ରେ ସହଯୋଗ କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ରେ ସାଇବର ସଚେତନତା କାର୍ଯ୍ୟକ୍ରମ

masiha

ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ତାଲିମ

Sunil Chandra Nayak

ବୋର୍ଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗଦିବସ

Sunil Chandra Nayak

Leave a Comment

error: Content is protected !!