ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଲିଆକାନି ବିଦ୍ୟାଳୟ ଗେଟ ରେ ଜାଗା ମାଲିକ ତାଲା ବନ୍ଦ ଘଟଣା : ତହସିଲଦାର ଙ୍କ ହସ୍ତକ୍ଷେପ ପରେ ଖୋଲିଲା ବିଦ୍ୟାଳୟ ର ସ୍କୁଲ ଗେଟ

.ଗୋଲାମୁଣ୍ଡା ବ୍ଲକ ଖଲିଆକାନି ପଞ୍ଚାୟତ ଖଲିଆକାନି ଗ୍ରାମରେ ଥିବା ସର୍ବ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ଗେଟ ରେ ଗ୍ରାମର ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜାଗା ଦର୍ଶାଇ ତାଲା ବନ୍ଦ କରିଥିବା ଦେଖିବାକୁ ମିଳିଥିଲା ।. ସ୍କୁଲ ଗେଟ ରେ ତାଲା ମାରିବା ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଗେଟ ବାହାରେ ରହି ଯାଇଥିବା ଦେଖିବାକୁ ମିଳିଥିଲା .। ଦୀର୍ଘ 4 ଘଣ୍ଟା ସ୍କୁଲ ଗେଟ ବନ୍ଦ ଥିବା ବେଳେ ତହସିଲଦାର ଅଶୋକ ପଟ୍ଟନାୟକ  ଏବଂ ଏବିଇଓ ଲବଣି ନାଏକ ଙ୍କ ପ୍ରତିଶୃତି ପରେ ସ୍କୁଲ ଗେଟ ଖୋଲିଥିଲେ ପରିବାର ଲୋକେ। . ସୂଚନା ଯେ ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ସ୍କୁଲ ଗେଟ ରେ ପରିବାର ଲୋକେ ତାଲା ଦେଇଥିବା ଘଟଣା ଦେଖିବାକୁ ମିଳିଥିଲା।.ପରେ ସ୍ଥାନୀୟ ବିଡ଼ିଓ, ତହସିଲଦାର, ଚେୟାରମ୍ୟାନ ଯାଇ ବୁଝା ସୁଝା କରି କମ ଦିନ ଭିତରେ ତାଙ୍କ ଦାବୀ ପୂରଣ କରିବୁ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ପ୍ରତିଶୃତି କୁ ରକ୍ଷା ନ କରିପାରିବାରୁ ସେମାନେ ଆଜି ପୁଣି 10:00 ଟା ରେ ସ୍କୁଲ ଗେଟ ରେ ତାଳବନ୍ଦ କରିଥିଲେ ଏବଂ ଆଗକୁ ଯଦି ଆମ ଦାବୀ ପୂରଣ ନ ହୁଏ ତେବେ ପୁଣି ସ୍କୁଲ ଗେଟ ରେ ତାଲା ବନ୍ଦ କରିବା ସହିତ ଧାରଣା ରେ ବସିବୁ ବୋଲି ପ୍ରକାଶ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ବ୍ଲକ ପ୍ରାଙ୍ଗଣରେ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ 

masiha

କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ରେ ବିଶେଷ ଦାନ୍ତ ଚିକିତ୍ସା ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

Sunil Chandra Nayak

Leave a Comment

error: Content is protected !!