ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୋହାରାଖଣ୍ଡି ନଦୀରୁ ମୃତଦେହ ଉଦ୍ଧାର 

ଲୋହାରାଖଣ୍ଡି ନଦୀରୁ ମୃତଦେହ ଉଦ୍ଧାର 

ଭଞ୍ଜନଗର,୨୪/୦୪ : ଭଞ୍ଜନଗର ଥାନା ଲୋହରାଖଣ୍ଡି ନଦୀରୁ ଶୁକ୍ରବାର ଏକ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଖାଲାସାହିର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୫୦) ବୋଲି ଜଣାପଡିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ସୂଚନାନୁସାରେ, କୃଷ୍ଣ ଚନ୍ଦ୍ର ଗତକାଲି ସନ୍ଧ୍ୟାରେ ନିକଟସ୍ଥ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ଶୁକ୍ରବାର ସକାଳୁ ମାଲସାହି ନିକଟ ଲୋହରାଖଣ୍ଡି ନଦୀରେ ତାଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୃଷ୍ଣଚନ୍ଦ୍ର ଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପୁଲିସ ମୃତଦେହ ଜବତ କରି କେସ ନଂ ୮/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଛି।

Related posts

ବଇଡା ବନ୍ଧରେ ଭାସୁଥିବା ଯୁବକ ର ମୃତ ଦେହ ଉଦ୍ଧାର

ଭିତର କନିକା ଗହିରମଥାରୁ ଟ୍ରଲର ଜବତ 11 ମତ୍ସଜୀବୀ ଗିରଫ

masiha

ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ 

Sunil Chandra Nayak

Leave a Comment

error: Content is protected !!