ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି ଏମ୍ ସି ର ୪ ଦଫା ପ୍ରସ୍ତାବ କୁ ନେଇ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଙ୍କୁ ପ୍ରଦାନ

ଭବାନୀ ପାଟଣା :-ଭାରତୀୟ ମଜୁଦୂର୍ ସଙ୍ଗର ୨୦ ତମ ତ୍ରୈବାଶ୍ରୀକ ଅଧିବେଶନ ବିହାର ରାଜ୍ୟର ପାଟନା ଠାରେ ଅନୁଷ୍ଠିତ ଅଧିବେଶନରେ ସମଗ୍ର ଦେଶରୁ ପ୍ରାୟ ୩୦୦୦ ହଜାର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଉକ୍ତ ଅଧିବେଶନରେ ୪ ଟି ଶ୍ରମ ଆଇନ ପ୍ରସ୍ତାବ ପାରିତ ହୋଇଥିଲା । ଉକ୍ତ ପ୍ରସ୍ତାବକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଭାରତୀୟ ମଜଦୁର ସଂଘ ର କଳାହାଣ୍ଡି ଓ ନୂଆପଡା ପ୍ରଭାରୀ ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା , କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୁର ସଂଘ ର ସଭାପତି ଆଡଭୋକେଟ ଚିନ୍ମୟ ମେହେର ଙ୍କ   ନେତୃତ୍ୱରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଉକ୍ତ ପ୍ରସ୍ତାବ ମଧ୍ୟରେ ( 1 ).ଦେଶର ସମସ୍ତ ଶ୍ରମିକ ବର୍ଗ ଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରାଯାଉ। ( 2 ) ଠିକା ପ୍ରଥାର ଅନ୍ଧ ଅନୁକରଣକୁ ଉପରେ ନିୟନ୍ତ୍ରଣ ସହିତ ଠିକା ଶ୍ରମ ପ୍ରତିରୋଧ ଏବଂ ନିୟମିତ କରଣ । ଅଧିନିୟମର 1970 ର ଆବଶ୍ୟକ ସଂଶୋଧନ କରାଯାଉ।( 3 ) ଦେଶର ଆଥ୍ରକ ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରାଯାଉ। ( ୪ ) ଶର୍ବନିମ୍ମ ମଜୁରୀ ।minimum wages। ବଦଳରେ ଜୀବିକା ଅଧିରିତ ମଜୁରୀ( Living wages ) ନିର୍ଧାରଣ କରାଯାଉ। ଉପରୋକ୍ତ ପ୍ରସ୍ତାବ ସଂଗଠିତ, ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ରମାଗତ ଦାବି ଉପରେ ଆଧାରିତ, ଯାହା ବାସ୍ତବରେ କମ୍ରଚାରୀ ଙ୍କ ଅଧିକାର ଅଟେ।ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଯାଉଛି।ଏହା କୋଟି କୋଟି ଶ୍ରମିକଙ୍କ ସ୍ବାଥ୍ର କୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର  କଳାହାଣ୍ଡି ଓ ନୂଆପଡା ପ୍ରଭାରୀ ଶ୍ରୀ ବିରଞ୍ଚି ପଣ୍ଡା   ଦାବି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ    ସଂଘ ର ସଂଲଗ୍ନ ସମସ୍ତ ସଂଗଠନର ପ୍ରାୟ ୧ ହଜାର କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ବି ଏମ ସି ସେକ୍ରେଟାରୀ ବିଶ୍ବରଞ୍ଜନ ସା ,ଅର୍ଗାନାଇସିଅନ୍ ସେକ୍ରେଟାରୀ ସୁରେନ୍ଦ୍ର କର, ରାଧାକାନ୍ତ ବେହେରା, ପ୍ରମୋଦ ବନିଆ,ଆଦିତ୍ୟ ସିଂହ, ବସନ୍ତ ସିଂହ, ଏଡବ୍ଳୁଡବ୍ଲୁ ସେକ୍ରେଟାରୀ ପ୍ରେମଲତା, ଆଶା ଗୀତାଞ୍ଜଳୀ ହାତୀ, ପଚିକା ଓ ହେମାଲ ସଂଘର କର୍ମକର୍ତ୍ତା ପ୍ରମୁଖ ପରିଚାଳନା କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୨୮ ତାରିଖ:  ଜିନ୍-ଜାକ୍ ରୁଷୋଙ୍କ ଦର୍ଶନ,ବିଶ୍ୱଯୁଦ୍ଧ,ଭର୍ସାଇ ସନ୍ଧି, ବିଜ୍ଞାନ ପଥ ଏବଂ ଜାତୀୟ ପରିସଂଖ୍ୟାନ ଦିବସ 

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଅଫିସ ଖୋଲା ବାବୁ ବାବୁଆଣୀଙ୍କ ଚେୟାର ଫାଙ୍କା । ଲୋକଙ୍କ ପାଇଁ ସକାଳୁଆ ଅଫିସ ଅଧିକାରୀ ମାନଙ୍କର ଦେଖା ନାହିଁ

Leave a Comment

error: Content is protected !!