ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ IMFL କାରବାର ଉପରେ ସଦର ପୋଲିସର ଚଢ଼ାଉ, ଅଭ୍ୟାସଗତ ଅପରାଧୀ ଗିରଫ

ବେଆଇନ IMFL କାରବାର ଉପରେ ସଦର ପୋଲିସର ଚଢ଼ାଉ, ଅଭ୍ୟାସଗତ ଅପରାଧୀ ଗିରଫ 

ବିପୁଳ ପରିମାଣର ବିଦେଶୀ ମଦ ଜବତ 

ବ୍ରହ୍ମପୁର, ୨୦/୮: ବେଆଇନ ଭାବେ ବିଭିନ୍ନ ପ୍ରକାରର ଭାରତୀୟ ନିର୍ମିତ ବିଦେଶୀ ମଦ (IMFL) ମହଜୁଦ ରଖିଥିବା ଅଭିଯୋଗରେ ବ୍ରହ୍ମପୁର ସଦର ପୋଲିସ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିପଡ଼ା ଗ୍ରାମର ଶଙ୍କର ରାଉତ (୩୧)। ପୋଲିସ ସୂଚନାନୁସାରେ, ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ମିଳିବା ପରେ ଏଏସଆଇ ଦେବରାଜ ମଲ୍ଲିକଙ୍କ ନେତୃତ୍ୱରେ ରାତ୍ରି ପାଟ୍ରୋଲିଂ ଟିମ୍‌ ବାଲିପଡ଼ା ଅଞ୍ଚଳରେ ଚଢ଼ାଉ କରିଥିଲା। ଗୁରୁବାର ଭୋର ପ୍ରାୟ ୫ଟା ୧୦ମିନିଟ୍‌ ସମୟରେ ଗଙ୍ଗା ଗ୍ରାନାଇଟ୍‌ ନିକଟସ୍ଥ ଏକ କୋଠରୀ ପରିସରରେ ଚଢ଼ାଉ କରାଯାଇଥିଲା। ସେଠାରେ ଶଙ୍କରଙ୍କୁ ହାତେନାତେ ଧରି ପୋଲିସ ଗିରଫ କରିଥିଲା।

ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ବୈଧ ପରମିଟ୍‌ ନଥିବା ବିଭିନ୍ନ ବ୍ରାଣ୍ଡର ବିୟର, ହ୍ୱିସ୍କି, ରମ୍‌ ଓ ଭୋଡକା ଜବତ ହୋଇଥିଲା। ଜବତ ମଦ ମଧ୍ୟରେ ବଡୱାଇଜର, କିଙ୍ଗଫିସର, ଏଲିଫାଣ୍ଟ ବିୟର, ମ୍ୟାକଡୋୱେଲ୍ସ ନମ୍ବର-୧, ଓଲ୍ଡ ମଙ୍କ, ଆଇକନିକ୍‌ ହ୍ୱାଇଟ୍‌ ହ୍ୱିସ୍କି, ମ୍ୟାଜିକ୍‌ ମୋମେଣ୍ଟସ୍‌ ଭୋଡକା ଓ ରୟାଲ୍‌ ଷ୍ଟାଗ୍‌ ଆଦି ରହିଛି। ଏନେଇ ସଦର ଥାନାରେ ମାମଲା ନମ୍ବର ୫୩୬/୨୦୨୬ ରୁଜୁ ହୋଇଛି। ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(କ) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ଥିବା ଜଣାପଡ଼ିବା ପରେ ଆଇନାନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ବ୍ରହ୍ମପୁର ଜେ ଏମ୍ ଏଫ ସି (ଗ୍ରାମୀଣ)ଙ୍କ ଅଦାଲତରେ ହାଜର କରାଯାଇଛି। ଘଟଣାରେ ଅବୈଧ ମଦ କାରବାର ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Related posts

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ବଡ଼ଭାଇ ହାତରେ ସାନଭାଇର ଜୀବନ ଗଲା

masiha

ମୋବାଇଲ ଦୋକାନ ରେ ଚୋରି, ସିସିଟିଭି ଫୁଟେଜରେ କଏଦ୍ ହେଲା ଚୋରର ଗତିବିଧି

Leave a Comment

error: Content is protected !!