ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ୮,୫୨,୩୩୨ ବା ୯୯.୩୦ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ

ଜିଲ୍ଲାରେ ୮,୫୨,୩୩୨ ବା ୯୯.୩୦ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ 

ନବରଙ୍ଗପୁର:( ତା୭.୬.୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୮,୫୨,୩୩୨ ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରାଯାଇଛି।ବି ଏଲ ଓ ମାନେ ଘର କୁ ଘର ଯାଇ ୯୯ .୩୦ ପ୍ରତିଶତ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଆଜି ସୁଦ୍ଧା ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ୯୮ପ୍ରତିଶତ,ଝରିଗାଁ ନିର୍ବାଚନ ମଣ୍ଡଳୀ ରେ ୯୯ ପ୍ରତିଶତ,ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୯୯ ପ୍ରତିଶତ ଏବଂ ଡାବୁ ଗାଁ ନିର୍ବାଚନ ମଣ୍ଡଳୀରେ ୯୯ ପ୍ରତିଶତ ପରିଗଣନା ଫର୍ମ ବିତରଣ କରାଯାଇଛି ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟଲୟ ରୁ ସୁଚନା ମିଳିଛି।ଜିଲ୍ଲାରେ ଆଜି ଠାରୁ ପରିଗଣନା ଫର୍ମ ଡିଜିଟାଇଜେସନ ଆରମ୍ଭ ହୋଇଛି । ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି।ଏହି ସଂଶୋଧନ ପ୍ରକ୍ରିୟା ରେ ଫର୍ମ ବଣ୍ଟନ ଓ ଦାଖଲ ଶେଷ ତାରିଖ ୨୮.୬.୨୦୨୬ ପର୍ଯ୍ୟନ୍ତ ରହିଛି।ଯେଉଁ ଭୋଟର ମାନେ ଏପର୍ଯ୍ୟନ୍ତ ଫର୍ମ ଦାଖଲ କରି ନାହାନ୍ତି ,ସେମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସ୍ଥାନୀୟ ବି ଏଲ ଓ ଙ୍କ ନିକଟରେ ଫର୍ମ ଦାଖଲ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଫର୍ମ ଦାଖଲ ନ କଲେ ଭୋଟର ତାଲିକାରୁ ନାମ ବାଦ ପଡ଼ିବାର ଆଶଙ୍କା ଥିବାରୁ ଏହାକୁ ଗୁରୁତର ସହ ନେବାକୁ ଭୋଟରଙ୍କୁ ପରାମର୍ଶ ଦିଆଯାଇଛି।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼ ମହେଶ୍ବର ସ୍ୱାଇଁ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ନିର୍ଦ୍ଧିଷ୍ଟ ସମୟ ସୀମା ପୂର୍ବରୁ ଲକ୍ଷ୍ୟ ହାସଲ ନିକଟରେ ପହଞ୍ଚିଥିବାରୁ ଏହି କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ନିର୍ବାଚନ ଅଧିକାରୀ, ସୁପର ଭାଇଜର ,ବି ଏଲ ଓ ମାନଂକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-୭ ର ସଦସ୍ୟ ରୂପେ ବିଧାୟକ ଦୁର୍ଗା ଚରଣ ତନ୍ତୀ ମନୋନୀତ ହୋଇ ଥିବାରୁ ଜିଲ୍ଲା ତରଫରୁ ସ୍ଵାଗତ ଓ ଅଭିନନ୍ଦନ

masiha

କମ୍ୟୁନିଟି ସେଣ୍ଟର, ସେକ୍ଟର-୪, ରାଉରକେଲା ରେ ମହାପ୍ରଭୂ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ  ଏବଂ ପବିତ୍ର ରାକ୍ଷୀ ବନ୍ଧନ ମହୋତ୍ସବ ଓ ପୂଜ୍ୟ ପୂଜା କାର୍ଯ୍ୟକ୍ରମ 

Sunil Chandra Nayak

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଉଦ୍ଧାର କଲା ବ୍ଲକ ପ୍ରଶାସନ

masiha

Leave a Comment

error: Content is protected !!