ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ଓ ତ୍ୟାଗର ପ୍ରତୀକ : ଇଂ.ଗୋପାଳ କୃଷ୍ଣ ଦାସ 

ସେବା ଓ ତ୍ୟାଗର ପ୍ରତୀକ : ଇଂ.ଗୋପାଳ କୃଷ୍ଣ ଦାସ 

 କଟକ : ସେ ଅନନ୍ୟ ଆଦର୍ଶରେ ଅନୁପ୍ରାଣୀତ ବିଶିଷ୍ଟ ପ୍ରତିଭାଧାରୀ,ନୀତିନିଷ୍ଠ,ଧର୍ମପ୍ରାଣ ବ୍ୟକ୍ତିତ୍ୱ,ସାମାଜିକ କର୍ମୀ,ରକ୍ତଦାତା, ସମାଜ ସଂସ୍କାରକ,ମହାନ୍ ମଣିଷ, ପରିବେଶବିତ,କବି,ସାହିତ୍ୟିକ,ସୁବକ୍ତା (ମୋଟିଭେଟନାଲ୍ ସ୍ପିକର),ବୈଷାୟିକ ଜ୍ଞାନ କୌଶଳ ତଥା ପ୍ରଯୁକ୍ତି ବିଦ୍ୟାରେ ଉଚ୍ଚ କୋଟିର ଗବେଷକ ଇଂ.ଗୋପାଳ କୃଷ୍ଣ ଦାସ ଅନ୍ୟତମ । ସେ ଯାଜପୁର ଜିଲ୍ଲା ବରୀ ବ୍ଲକ ଉପକଣ୍ଠ ରାଉତସାହି ଗ୍ରାମରେ ତାଂକ ଜନ୍ମ । ବୃତ୍ତିରେ ସେ ସଫ୍ଟୱେର ଇଞ୍ଜିନିୟର ପ୍ରବୃତ୍ତି ସମାଜ ସେବା ଆଉ ସାହିତ୍ୟ ସାଧନା । ସେ ଜନସଚେତନ କାର୍ଯ୍ୟକ୍ରମ,ସ୍ୱାସ୍ଥ୍ୟ ସେବା ଶିବିର, ବୃକ୍ଷରୋପଣ,ସେବାକାର୍ୟ୍ଯ, ଅସହାୟ ଲୋକଙ୍କୁ ସହଯୋଗ ପ୍ରଦାନ,କମ୍ବଳ ଓ ଖାଦ୍ୟ ବଣ୍ଟନ,ଵିଶେଷ କରି ଶିଶୁ କର୍କଟ ରୋଗୀଙ୍କ ସେବାରେ ସମର୍ପିତ,ସାହିତ୍ୟ ସେବା,ଧାର୍ମିକ କାର୍ଯ୍ୟରେ ସଦା ତତ୍ପର । ବିଭିନ୍ନ ଆଶ୍ରମ,ସେଲ୍ଟର ହୋମ,ବାଳାଶ୍ରମ, ବିଦ୍ୟାଳୟ ମହାବିଦ୍ୟାଳୟ,ସ୍ୱାସ୍ଥ୍ୟକେନ୍ଦ୍ର ଆଦିରେ ପହଂଚି ବିଭିନ୍ନ ସେବା କାର୍ଯ୍ୟକ୍ରମ,ସଫେଇ,ଖାଦ୍ୟ ବଣ୍ଟନ,ଶିଶୁ କର୍କଟ ରୋଗୀଙ୍କ ସେବାରେ ବ୍ରତୀ । ସେ ଏଯାବତ୍ ୬୬ ଥର ରକ୍ତଦାନ କରିଛନ୍ତି ।ଜଣେ ଖ୍ୟାତିସମ୍ପନ୍ନ କବି ବା ଲେଖକ ଭାବେ ବହୁ ସଭା ସମିତିରେ ଯୋଗଦାନ କରି କବିତା ଆବୃତି କରିବା,କବିତା ସଂଯୋଜନା କରିବା ଆଦି ଅନେକ ପ୍ରତିଭା ରହିଛି । ତାଙ୍କ ଲିଖିତ ବହୁ କବିତା ଆଉ ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇ ଖୁବ୍ ପାଠକୀୟ ସ୍ଵିକୃତୀ ଲାଭ କରିଛି । ତାଙ୍କର ଅନେକ ପୁସ୍ତକ ଏବେ ପ୍ରକାଶିତ ଅପେକ୍ଷାରେ । ସେ ନିଜେ ୱେବସାଇଟ ଓ ଆଣ୍ଡ୍ରଏଡ ମୋବାଇଲ ଆପ ତିଆରି କରି ଲୋକମାନଙ୍କୁ କିପରି ଓଡ଼ିଆ ସାହିତ୍ୟ,ଭାଷା ଓ ସଂସ୍କୃତି ପାଇଁ ମନ ବଳାଇ ବା ପାଇଁ ସର୍ବଦା ଚେଷ୍ଟିତ । ତାଙ୍କ ୱେବସାଇଟ (https://authorgopaldas.in)ରେ ତାଙ୍କ ସ୍ୱରଚିତ ସମସ୍ତ ଗଳ୍ପ,ଉପନ୍ୟାସ,କବିତା ବିନା ମୂଲ୍ୟରେ ଉପଲବ୍ଧ । ତାଙ୍କ ଆଣ୍ଡ୍ରଏଡ ଆପସ “ସ୍ୱାଭିମାନ” ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରୀୟ ବଜେଟକୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

masiha

ଜଗନ୍ନାଥ ସେବା ସମିତି ପକ୍ଷରୁ ତରାପୁର ଠାରେ ଆଜି ୭୦ଜଣ ଗରିବ ମହିଳା ଙ୍କୁ ମାଗଣାରେ ଶାଢୀ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!