ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ୩୮ ତମ ପ୍ରତିଷ୍ଠା ଉତ୍ସବ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ୩୮ ତମ ପ୍ରତିଷ୍ଠା ଉତ୍ସବ 

 ମୟୂରଭଞ୍ଜ -୪/୦୨ // ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ଦେଇ ବୋହି ଯାଉଥିବା ଚିର ସ୍ରୋତସ୍ବିନୀ ପୂଣ୍ୟତୋୟା ଖଡଖାଇ ନଦୀ ଉପକୂଳରେ ୧୯୮୮ ମସିହାରେ ବହୁ ଧାର୍ମିକ ବ୍ୟକ୍ତି, ସମାଜସେବୀ, ପ୍ରଶାସନ, ନେତୃବୃନ୍ଦ ଙ୍କ ସହାୟତାରେ ପବିତ୍ର ମାଘ ସପ୍ତମୀରେ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଶୁଭାରମ୍ଭ ହୋଇଥିଲା ।ସେହି ଦିନଠାରୁ ପାରଂପରିକ ନୀତି ଅନୁସାରେ ଦେବୋତ୍ତର କମିଟି ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ୩୭ ପୂରି ୩୮ ରେ ପଦାର୍ପଣ ହୋଇଛି ଏହି ପ୍ରତିଷ୍ଠା ଉତ୍ସବ । ଆଜି ପ୍ରତିଷ୍ଠା ଉତ୍ସବ ଅବସରରେ ପବିତ୍ର ମାଘ ସପ୍ତମୀରେ ଜଗନ୍ନାଥ ମନ୍ଦିରର ରୀତିନୀତି ଅନୁସାରେ ଭୋର ୪ ଟା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ମଙ୍ଗଳ ଆଳତୀ,ମାଗଣା ନୀତି, ପ୍ରାତଃ ଅବକାଶ,ନାକ ଅବକାଶ, ଦ୍ଵାରପାଳ ପୁଜା, ସୂର୍ଯ୍ୟ ପୂଜା,ଗୋପୂଜା, ରୋଷହୋମ କାର୍ଯ୍ୟ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।ପରେ ମନ୍ଦିର ଶିଖରରେ ପତକା ଲାଗି ହୋଇଥିଲା ।ପରେ ବେଢ଼ା ପରିକ୍ରମା ଅନୁଷ୍ଠିତ ହୋଇଥିଲା ।ବେଢ଼ା ପରିକ୍ରମା ସରିବାପରେ ଯଜ୍ଞ ମଣ୍ଡପ ଅଧିବାସିତ ସ୍ଥାନରେ ସେଠାରେ ସୂର୍ଯ୍ୟ ପୂଜା ପରେ ବିଶ୍ଵଶାନ୍ତି ମହାଯଜ୍ଞ ଏକାଦିନାତ୍ମକ ପ୍ରତିଷ୍ଠା ପୂଜନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଭଦ୍ରମଣ୍ଡଳ ପୂଜନ, ନବଗ୍ରହ ପୂଜନ,ଷୋଡ଼ଷ ମାତୃଭାଷା ପୂଜନ , ଶାଳଗ୍ରାମାର୍ଚନ ,ଵର୍ଦ୍ଧନୀ,ଗଣପତି ଘଟାର୍ଚନ,ଵୈଷ୍ନାଦି ସଂସ୍କାର,ହଵନ ,ହରିରାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।୩ ଠାରେ ପୂର୍ଣ୍ଣାହୁତି ହୋଇଥିଲା ।ଏଥିରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ତାଙ୍କ ସହଯୋଗୀ ବୃନ୍ଦ ପୂଜାର୍ଚ୍ଚନା କରିଥିଲେ ।ମନ୍ଦିରରେ ସଂକୀର୍ତ୍ତନ କରାଯାଇଥିଲା ।ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ବହୁ ଶ୍ରଦ୍ଧାଳୁ ଭୋରୁ ନଦୀ,ପୋଖରୀ, ଜଳାଶୟରୁ ସ୍ନାନ କରି ନବ ବସ୍ତ୍ର ପରିଧାନ କରି ମନ୍ଦିରକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରି ନିଜର, ପରିବାରର ଓ ସମାଜର ମଙ୍ଗଳ ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ନେଇଥିଲେ । ଜଗନ୍ନାଥ ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ଉଠିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ

Sunil Chandra Nayak

କୋକସରା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

masiha

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!