ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନା ଝିଅ ସାଗରିକାର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ବାପ ମାଆ

ସୁନା ଝିଅ ସାଗରିକାର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ବାପ ମାଆ

 ମୟୂରଭଞ୍ଜ – ୦୪/୦୨ // ଆଜି ପବିତ୍ର ମାଘ ସପ୍ତମୀ ।ଏହି ପବିତ୍ର ଦିବସରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଵାସିଙ୍ଗୀ ଗ୍ରାମର ସୁମନ୍ତ ସାହୁଙ୍କ ଅଲିଅଳି କନ୍ୟା ୧୬ ବର୍ଷ ତଳେ ଜନ୍ମ ହୋଇଥିଲେ ।୧୬ ଟି ଵସନ୍ତରେ ସେ ପଦାର୍ପଣ କରିଛନ୍ତି ।ସେହି ୧୬ ବର୍ଷ ଅତିକ୍ରାନ୍ତେ ଉତ୍କଳୀୟ ସଂସ୍କୃତିରେ ପ୍ରତି ବର୍ଷ ଭଳି ୧୬ ତମ ସତ୍ୟ ନାରାୟଣ ପୂଜା ସୁମନ୍ତ ସାହୁ ଘରେ ରୀତିକାନ୍ତି ଅନୁସାରେ ପୂଜକଙ୍କ ଦ୍ୱାରା ଆଜି ସଂପନ୍ନ କରାଯାଇଛି ।ଏହି ଅବସରରେ ଗ୍ରାମରେ ବୃକ୍ଷ ରୋପଣ କରା ଯାଇଥିଲା ।ଦୁଖୀରଙ୍କୀଙ୍କୁ ଡାକି ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ଜନ୍ମଦିନରେ ସମସ୍ତଙ୍କ ଉପସ୍ଥିତିରେ କେକ କଟା ଯାଇଥିଲା । ସମସ୍ତଙ୍କୁ କେକ୍ ଖୁଆଇ ଥିଲେ ।ସାଗରିକା ପିଲାବେଳୁ ଜଣେ ମେଧାବୀ ଛାତ୍ରୀ,ନୃତାଙ୍ଗିନୀ ଓ ଚିତ୍ରକଳା ରେ ମାହିର । ବର୍ତମାନ ସେ ବାରିପଦାର ରଘୁନାଥପୁର ସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର ଯୁକ୍ତ ୨ ବିଦ୍ୟାଳୟର କଳାର ଦିତୀୟ ବାର୍ଷିକ ଛାତ୍ରୀ ।ସମସ୍ତେ ତାଙ୍କୁ ଆଶୀର୍ବାଦ ଦେଇଥିଲେ ।ସେ ମଧ୍ୟ ସମସ୍ତ ଗୁରୁଜନ ମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

Sunil Chandra Nayak

ଡ଼ାବୁଗାଁ ବ୍ଳକରେ ଧାନ ମଣ୍ଡି ଉଦଘାଟିତ

masiha

ପାଣି ପାଇଁ ତାତିଲେ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ : ଧାରଣା ଦେଲେ

masiha

Leave a Comment

error: Content is protected !!