ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ବିଶ୍ଵ କ୍ୟାନସର ଦିବସ ଏବଂ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ 

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ବିଶ୍ଵ କ୍ୟାନସର ଦିବସ ଏବଂ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ 

 ମୟୂରଭଞ୍ଜ -୪/୨/  // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଶତପଥୀ ଙ୍କ ପୌରହିତ୍ୟରେ ବିଶ୍ଵ କ୍ୟାନସର ଦିବସ ଏବଂ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜ ର “ଜାତୀୟ ସେବା ଯୋଜନା”ଏବଂ “ଯୁବ ରେଡକ୍ରସ” ସହିତ ରାଇରଙ୍ଗପୁର ଲେପ୍ରା ସୋସାଇଟି ର ମିଳିତ ସହଯୋଗ ରେ ଏକ ସଚେତନତା ଶୋଭାଯାତ୍ରା କଲେଜ ପରିସର ରୁ ବାହାରି ଉପଖଣ୍ଡ ଚିକିତ୍ସାଳୟ, କଚେରୀ, ଦୁର୍ଗାମଣ୍ଡପ, ବଜାର ଗୋଲେଇ ଓ ଲିଙ୍କ ରୋଡ ଦେଇ କଲେଜ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଛାତ୍ରୀମାନେ କ୍ୟାନସର ଓ କୁଷ୍ଠ ରୋଗ ର ନିରାକରଣ ଓ ପ୍ରତିକାର ନିମନ୍ତେ ବିଭିନ୍ନ ସ୍ଳୋଗାନ ଦେଇ ସହରବାସୀ ଓ ଜନସାଧାରଣଙ୍କୁ ସଚେତନ କରିଥିଲେ। ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ଙ୍କ ସଭାପତିତ୍ବ ରେ କଲେଜ ସଭା ଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ କୁଷ୍ଠ ମୁକ୍ତ ଭାରତ ଗଠନ କରିବା ପାଇଁ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ (ଏସ.ଡି.ଏ.ମ) ଡାକ୍ତର ରବୀନ୍ଦ୍ର କୁମାର ମାର୍ଣ୍ଡି କ୍ୟାନସର ଓ କୁଷ୍ଠ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ସାରା ବିଶ୍ବରେ କର୍କଟ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ସେବା ପାଇଁ ଏହା ଏକ ଆହ୍ବାନ ସୋଇଛି । ସମଗ୍ର ବିଶ୍ବବାସୀ ଚିନ୍ତିତ ।ଧନୀ ଗରୀବ କାହାରିକୁ ଛାଡୁନି କର୍କଟ ରୋଗ ।ଭାରତରେ ପ୍ରତିବର୍ଷ ୧୨ ଲକ୍ଷରୁ ଉର୍ଦ୍ଧ୍ବ କର୍କଟ ରୋଗୀ ଚିହ୍ନଟ ହେଉଥିବାବେଳେ ୮ ଲକ୍ଷରୁ ଉର୍ଦ୍ଧ୍ବ କର୍କଟ ଆକ୍ରାନ୍ତ ରୋଗୀ ମୃତ୍ୟୁ ବରଣ କରୁଛନ୍ତି ।ଓଡ଼ିଶାରେ ଵିଶେଷତଃ ତମାଖୁ ସେବନର ଜନିତ ମୁଖ ଗହ୍ଵର,ଗଳା କର୍କଟ, ଖାଦ୍ୟ ନଳୀ କର୍କଟ, ଫୁସଫୁସ କର୍କଟ,ସ୍ତନ୍ଯ କର୍କଟ, ଜରାୟୁ କର୍କଟ, ଅସ୍ଥି କର୍କଟ, ମସ୍ତିଷ୍କ କର୍କଟ ବହୁ ମାତ୍ରାରେ ଦେଖାଯାଉଛି । ତେଣୁ ପ୍ରାରମ୍ଭିକ ଚାରୁ ସଠିକ୍ ଚିହ୍ନଟ ଓ ଓ ନିରୂପଣ କରାଯାଇ ଉପଯୁକ୍ତ ଚିକିତ୍ସା କରାଗଲେ କିଛିଟା ମାତ୍ରାରେ କର୍କଟ କୁ ଜୟ କରି ହେବ । ତେଣୁ ରୋଗ ନୁହେଁ ରୋଗୀର ସଂପୁର୍ଣ୍ଣ ଚିକିତ୍ସା କରାଯିବା ଆବଶ୍ୟକ ।ତଦସହ ବ୍ୟାପକ ସଚେତନତା କରାଇବା ଉଚିତ । କର୍କଟ ରୋଗୀର ବ୍ୟକ୍ତିଗତ ଯତ୍ନର ସହିତ ସହାନୁଭୂତି ଓ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାର ପ୍ରୟାସ କରିବା ଆବଶ୍ୟକ ।‌ ଏହି କାର୍ଯ୍ୟକ୍ରମରେ ଲେପ୍ରା ସୋସାଇଟିର ଦିଲୀପ ମଙ୍ଗରାଜ, ବସନ୍ତ ସାର୍, ରବୀନ୍ଦ୍ର ଦାସ, ଆଲୋକ ଗଛାୟତ, ପ୍ରଶାନ୍ତ ସେଠୀ,, ଆମ୍ବୁବତୀ ଦଳେଇ ଓ ସୁକୁମତି ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କଲେଜ ର ଏନ.ଏସ.ଏସର ଉପଦେଷ୍ଟା ବିଜୟ କୁମାର ରାମ ସଂଯାଜନା କରିଥିବା ବେଳେ ଯୁବ ରେଡକ୍ରସ ର କାର୍ଯ୍ୟକ୍ରମ ଅଧିକାରୀଣୀ ପ୍ରିୟତମା ହେମ୍ବ୍ରମ୍,ଅଧ୍ୟାପକ ଦଶରଥ ଗୋରେଇ, ଅଧ୍ୟାପିକା ଅନିତା ସାମାଡ, ରଞ୍ଜୁଲତା ନାୟକ, ପିଇଟି କାରୁ ମାର୍ଣ୍ଡି, କର୍ମଚାରୀ ମାନଙ୍କ ମଧ୍ୟରେ କୁନି ବେହେରା ଓ ଛିତା ମାଝୀ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏନ.ଏସ୍.ଏସ ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରାଜେନ୍ଦ୍ର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

Sunil Chandra Nayak

ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ , ମନ ମୋହିଲା ପଥୋତ୍ସବ, ରାସ୍ତା ପାଲଟିଲା ଉତ୍ସବମୟ

Sunil Chandra Nayak

Leave a Comment

error: Content is protected !!