ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

      ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୧.୦୯.୨୦୨୪ ରିଖ ଶନିବାର ଦିନ ଘ ୧୨.୦୦ମି ରେ ସ୍ଥାନୀୟ ରାୟଗଡା ଅଟୋନମସ କଲେଜ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ “Safety on Social Media Platform & Cyber laws” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଥାନାର ସାଇବର ଇନ୍ସପେକ୍ଟର ଶ୍ରୀ ଅଭିନାସ ରେଡି, ରାୟଗଡା ବାର ଆସୋସିଏସନର ଓକିଲ୍ ଶ୍ରୀ ପ୍ରଦୀପ ଦାସ, ସାମୁଏଲ ତାଣ୍ଡି, ଦେବରାଜ ନାଏକ, ରାୟଗଡା ଅଟୋନମସ କଲେଜ, ରାୟଗଡା ର ଅଧ୍ୟକ୍ଷ ଡକ୍ଟର ବବିଲତା ସରାଫ ଙ୍କ ସମେତ ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ସାଇବର ଥାନାର ଇନ୍ସପେକ୍ଟର ଶ୍ରୀ ଅଭିନାସ ରେଡି ନିଜର ବକ୍ତବ୍ୟରେ କିପରି ନିଜକୁ ସାମାଜିକ ଗଣମାଧ୍ୟମ ରୁ ସୁରକ୍ଷା କରିବା, ସାଇବର ଆଇନ, ଅନଲାଇନ ଠକାମି ରୁ କିପରି ବଞ୍ଚିତ ହେବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ସାଇବର ଆଇନ ଓ ତାର ସୁରକ୍ଷା ଉପରେ ବିସୃତ ଭାବରେ ଆଲୋଚନା କରିଥିଲେ I ପରିଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଅନଲାଇନ ରେ ଠକାମିର ଶିକାର ହେଲେ ସେମାନଙ୍କ ପାଇ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଅଟୋନମସ କଲେଜ, ରାୟଗଡା ର ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟରେ  ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

Sunil Chandra Nayak

ତେରେସିଂହାରେ ମାଁ ଡୋକରୀ ଯାତ୍ରା ପାଳିତ

Sunil Chandra Nayak

ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!