ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲିଉଡ କଳାକାର ରାମ୍ ସିର୍କାଙ୍କ ସାହିକୁ ରାସ୍ତା ନିର୍ମାଣ କେବେ ?

ବଲିଉଡ କଳାକାର ରାମ୍ ସିର୍କାଙ୍କ ସାହିକୁ ରାସ୍ତା ନିର୍ମାଣ କେବେ ?

ମୟୂରଭଞ୍ଜ – ୨୦/୦୯ ( ମସିହା) ବିଜାତଳା ବ୍ଲକ ଖନ୍ତ ଗ୍ରାମର ରାମ ସିର୍କା ବଲିଉଡ ଚଳଚ୍ଚିତ୍ର ଜଗତରେ ଜଣେ କଳାକାର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି l ଅତି ସାଧାରଣ ଆଦିବାସୀ ପରିବାରରୁ ଆସି ବଲିଉଡ଼ ଜଗତରେ ଜଣେ ଆକ୍ସନ ମାଷ୍ଟର ସାଜିଛନ୍ତି l ବହୁ ନାମୀଦାମୀ କଳାକାରମାନଙ୍କ ସହିତ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି l ବର୍ଷକୁ ଥରୁଟିଏ ନିଜ ଗାଁ ସାହିକୁ ଆସିଥାନ୍ତି l ତାଙ୍କରି ପରିବାର ଖନ୍ତ ଗ୍ରାମର ବାଙ୍କବଳ ନଦୀ କୂଳରେ ଥିବା ଆଦିବାସୀ ପଡ଼ାସାହି ରେ ବସବାସ କରୁଛନ୍ତି l ରାଜ୍ୟ ରାଜପଥଠାରୁ ମାତ୍ର 200 ମିଟର ଦୂରରେ ଏହି ପଡ଼ାସାହି ଟି ରହିଥିଲେ ମଧ୍ୟ ଏଠାକୁ ଯିବାଆସିବା ପାଇଁ ସ୍ଥାୟୀ ରାସ୍ତାଟିଏ ନାହିଁ l ଏଠାରେ ରହିଥିବା ସାହିପଡ଼ା ବାସିନ୍ଦାଙ୍କର ବର୍ଷା ଦିନେ ଦୁଃଖ କହିଲେ ନ ସରେ l ସରକାର ଆଦିବାସୀ ଅଞ୍ଚଳକୁ ସ୍ଥାୟୀ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି l ଆଦିବାସୀ ଓ ଆଦିବାସୀ ଅଂଚଳବାସୀଙ୍କର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ ଡ଼ିସି), ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡ଼ିଏ) କାର୍ଯ୍ୟ କରୁଛି l

ପ୍ରାୟ 1ବର୍ଷ ତଳେ ନିଜ ସାହି ଅଞ୍ଚଳକୁ ସ୍ଥାୟୀ ରାସ୍ତା ସଂଯୋଗ ନିମନ୍ତେ ସରପଞ୍ଚ, ଜିଲ୍ଲା ପରିଷଦ, ବିଡ଼ିଓଙ୍କୁ ଗୁହାରି କରିଥିଲେ l ଏପରିକି ବାମନଘାଟି ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ରାସ୍ତା ନିର୍ମାଣ ନିମନ୍ତେ ଅନୁରୋଧ କରିଥିଲେ l ସାଙ୍ଗେ ସାଙ୍ଗେ ଜିଲ୍ଲାପାଳ ମହାଶୟ ଏହାର ତଦନ୍ତ କରି ରାସ୍ତା ନିର୍ମାଣକୁ ସୁନିଶ୍ଚିତ କରିବା ପାଇଁ ନିକଟରେ ଉପସ୍ଥିତ ରାଇରଙ୍ଗପୁର ଏଡିଏମ ତଥା ପି. ଏ. ଆଇ. ଟି. ଡ଼ି. ଏଙ୍କୁ ନିର୍ଦେଶ ଦେଇଥିଲେ l ମାତ୍ର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାର ଇତି ମଧ୍ୟରେ 1ବର୍ଷ ବିତି ଯାଇଥିଲେ ସୁଦ୍ଧା ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ l ଏ ସମ୍ପରେ ବଲିଉଡ଼ ଅଭିନେତା ରାମ ସିର୍କାଙ୍କର ପ୍ରକ୍ରିୟା ନେବାକୁ ସେ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି l ନଭେମ୍ବର ମାସ ସୁଦ୍ଧା ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ନିଆ ଯିବାରେ ବିଳମ୍ବ ଘଟିଲେ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଛାତ୍ରୀଙ୍କୁ ଅସଦାଚରଣ ଘଟଣା ପରେ ଶିକ୍ଷୟିତ୍ରୀ ଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ 

masiha

କାମାକ୍ଷାନଗର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର

Sunil Chandra Nayak

ମୟୂରୀ ଥିମ୍ ସଙ୍ଗ ଲୋକାର୍ପିତ  ଗୀତ ସଂଗୀତ ଓ ଗାୟନ ଶୈଳୀ ଉପସ୍ଥିତ ଦର୍ଶକ ଙ୍କ ପ୍ରଶଂସା

Sunil Chandra Nayak

Leave a Comment

error: Content is protected !!