ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପହଲଗାଁମ ଆତଙ୍କବାଦ ଘଟଣାରେ ପ୍ରତିବାଦରେ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ

ପହଲଗାଁମ ଆତଙ୍କବାଦ ଘଟଣାରେ ପ୍ରତିବାଦରେ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା ୨୬/୪, ଏପ୍ରିଲ ୨୨ ତାରିଖ ଦିନ ୨ଟା ୩୦ ସମୟରେ ଜାମ୍ମୁ କାଶ୍ମୀରର ପହଲଗାଁମ ଠାରେ ହିନ୍ଦୁ ପର୍ଯ୍ଯଟକଙ୍କୁ ଧର୍ମ ପଚାରି ନୃଶଂସ ହତ୍ଯା ବିରୋଧରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ସମଗ୍ର ହିନ୍ଦୁ ସମାଜ, ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ବୃହତ୍ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସ୍ପଷ୍ଟ ଦିବାଲୋକରେ ଧାର୍ମିକ ପରିଚୟ ପଚାରି ହିନ୍ଦୁ ପର୍ଯ୍ଯଟକଙ୍କୁ ଅତି ନୃଶଂସ, ଅମାନବୀୟ, ବର୍ବୋରଚିତ ଭାବରେ ହତ୍ୟା କରାଯାଇଛି। ଭାରତୀୟ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁକାଶ୍ମୀରର ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ପ୍ରତିବର୍ଷ ୨କୋଟିରୁ ଉର୍ଦ୍ଧ୍ବ ପର୍ଯ୍ଯଟକ ଜମ୍ମୁକାଶ୍ମୀର ପରିଦର୍ଶନ କରୁଛନ୍ତି। ମାତ୍ର ପାକିସ୍ଥାନ ପ୍ରାୟୋଜିତ ଆତଙ୍କବାଦ ଭାରତର ଅନ୍ତରାତ୍ମାରେ ଚୋଟ୍ ପହଞ୍ଚାଇ ସ୍ତ୍ରୀ ଓ ସନ୍ତାନମାନଙ୍କ ସମ୍ମୁଖରେ ବାଛି ବାଛି ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା କରିଛନ୍ତି। ଏହି ପ୍ରାୟୋଜିତ ଆତଙ୍କବାଦ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ବ ପ୍ରତି କୁଠାରଘାତ କରିବା ସହ ଦେଶବାସୀଙ୍କ ସମ୍ମୁଖରେ ଏକ ଆହ୍ବାନ ସୃଷ୍ଟି କରିଛି। ଦେଶରେ ଧର୍ମ ନାମରେ ଅସ୍ଥିରତା ଓ ବିଦ୍ବେଷ ସୃଷ୍ଟି କରିବାର ଏହା ଏକ ଘୃଣ୍ଯ ପ୍ରୟାସ। ସମସ୍ତ ସଭ୍ଯ ସମାଜ ଆଜି ସ୍ତବ୍ଧ ଆଚମ୍ବିତ ହୋଇଯାଇଛି। ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ବ ଆଜି ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଭାରତ ସରକାର କୂଟନୈତିକ ସ୍ତରରେ ଯେଉଁ ୫ଟି ପଦକ୍ଷେପ ନେଇଛନ୍ତି, ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ସମସ୍ତ ଭାରତବାସୀ ପାକିସ୍ଥାନ ପ୍ରାୟୋଜିତ ଆତଙ୍କବାଦର ମୂଳ ଉତ୍ପାଟନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ କରାଯାଉଛି।

         ବିର୍ସା ଛକରୁ ରାଉରକେଲା ମୁଖ୍ଯ ମାର୍ଗ ଦେଇ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଉଦିତନଗର ଠାରେ ପହଞ୍ଚି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ସମାବେଶରେ ସୁବ୍ରତ ପଟ୍ଟନାୟକ, ବିବେକାନନ୍ଦ ସାହୁ, ଅମର ଜୟସ୍ୱାଲ, ଶେଷଦେବ ସେଠୀ, ମନୋଜ ନାୟକ, ରୀତେଶ ହାଲଦାର, ସତ୍ଯାନନ୍ଦ ଦାସ, ବିଷ୍ଣୁ ଚରଣ ପାତ୍ର ଏବଂ ବହୁ ରାଷ୍ଟ୍ରପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କାମାକ୍ଷା ପ୍ରସାଦ ରଣା ସଂଯୋଜନା କରିଥିଲା ବେଳେ ଗୋଦାବରୀଶ ଶତପଥୀ ସହସଂଯୋଜନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ବୈଠକ ଅନୁଷ୍ଠିତ 

masiha

ଵିଜାତଳା ବ୍ଳକ; ମଢେଇକଚା ପଞ୍ଚାୟତ;ବଡ଼ବିଲ ଗାଁ କୁ ରାସ୍ତା କାମ ଆରମ୍ଭ / ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ ନେଇ ରାମଦୋଳି ଯୁବକ ସଂଘ ର ଜିଲ୍ଲାପାଳଙ୍କଠାରେ ୩ ଥର ଲିଖିତ ଦାବି ପୂରଣ ପରେ ପ୍ରଶାସନ ତତ୍ପର 

masiha

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟନ

masiha

Leave a Comment

error: Content is protected !!