ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ପରିଦର୍ଶନ ସହ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ପରିଦର୍ଶନ ସହ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

ରାଉରକେଲା ୨୬/୪, ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ୍ ଆଜି ଦିନିକିଆ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି । ଆଜି ସକାଳେ ରାଉରକେଲା ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସହିତ ବିଜେପିର ଶତାଧିକ କର୍ମୀ ଓ ନେତା ପ୍ରମୁଖ ପହଞ୍ଚି ମନ୍ତ୍ରୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପରେ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ୍ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ପରିଚାଳିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ସେକ୍ଟର-୬ ସ୍ଥିତ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିରକୁ ପରିଦର୍ଶନରେ ଯାଇଥିଲେ ।ସେଠାରେ ଆୟୋଜିତ ଏକ ବୈଠକର ଯୋଗଦେଇ ମନ୍ତ୍ରୀ ଡ଼ଃ ମହାଲିଙ୍ଗ୍ ଜନ ଆରୋଗ୍ୟ ମନ୍ଦିରର ପରିଚାଳନା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ । ବୈଠକରେ ଉପସ୍ଥିତ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଅତୀତ ଦିନରେ ସେ ନିଜେ ଡାକ୍ତରଖାନାକୁ ପରିଦର୍ଶନରେ ଆସିଥିବା ସମୟରେ ନିଜ ଦୃଷ୍ଟିକୁ ଆସିଥିବା ସୁବିଧା ଅସୁବିଧା ସମ୍ବନ୍ଧରେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।ଏହା ସାହିତ ବୈଠକରେ ଉପସ୍ଥିତ ଥିବା ଡାକ୍ତରଖାନାର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ନିଜ ନିଜର ମତ ରଖିଥିଲେ । ଏହି ଅଵସରରେ ଡାକ୍ତରଖାନାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ୍ ହିତାଧିକାରୀମାନଙ୍କୁ ସରକାରଙ୍କ ଦ୍ବାରା ପ୍ରଚଳିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ଏକକ କାର୍ଡ଼ ମଧ୍ୟ ବଣ୍ଟନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

Sunil Chandra Nayak

ପେଷା ସାମ୍ବାଦିକତା ନିଶା ଗୀତ 

masiha

ବ୍ଳକ ସ୍ତରୀୟ ନବ ଭାରତ ସାକ୍ଷରତା ଅଭିଯାନ-୨୦୨୫-୨୬ “ଉଲ୍ଲାସ “କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!