ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଚିନୁ ବହିଦାରଙ୍କ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ 

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଚିନୁ ବହିଦାରଙ୍କ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ 

ରାଉରକେଲା: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଡ. ଚିନୁ ବହିଦାର ରାଉରକେଲା ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ୨୦୦୮ ମସିହାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଡ. ବହିଦାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସ୍ନାତକୋତ୍ତର ଅଧ୍ୟୟନ ପରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ଗତ କିଛିବର୍ଷ ହେଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରରେ କାର୍ଯ୍ୟରତ ଅଛନ୍ତି। ଡ. ବହିଦାର ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ ସମୟରେ ସେ ଅଧ୍ୟୟନ କରୁଥିବା ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ ଭାବ ବିନିମୟ କରି ସ୍ମୃତିଚାରଣ କରିଥିଲେ। ଏହା ସହିତ ଗତ ଦୁଇବର୍ଷ ଧରି ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ରହିଥିବା ବିଭିନ୍ନ ନିଯୁକ୍ତି ସୁଯୋଗ ସହିତ ସ୍ୱରୋଜଗାରର ସୁଯୋଗ ସମ୍ପର୍କରେ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ। ଏହା ସହିତ ରାଜ୍ୟର ଏକ ପୂରାତନ ବିଶ୍ୱବିଦ୍ୟାଳୟଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ କରି ୧୯୭୪ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପାଠ୍ୟକ୍ରମ ଆରମ୍ଭ ସମ୍ପର୍କରେ ସୂଚନା ଦେଇ ଏଠାରେ ହେଉଥିବା ବିଭାଗୀୟ ଗବେଷଣା ଓ ଉନ୍ନୟନ ସମ୍ପର୍କୀତ କାର୍ଯ୍ୟକ୍ରମର ସୁବିଧା ଛାତ୍ରଛାତ୍ରୀମାନେ ନେବା ପାଇଁ ପରାମର୍ଶ ଦେଇଥିଲେ। ଦିନକୁ ଦିନ ବିଭିନ୍ନ ପାଠ୍ୟକ୍ରମରେ ଅଧିକରୁ ଅଧିକ ପ୍ରତିଯୋଗିତା ହେଉଥିଲେ ମଧ୍ୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ସୁଯୋଗ ରହିଥିବାରୁ ଏ ସମ୍ପର୍କୀତ ଆବଶ୍ୟକ ସୂଚନା ଓ ସାହାଯ୍ୟ ନିମନ୍ତେ ଡ. ବହିଦାର ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଆଭାଷ କୁମାର ହୋତାଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ ବିଭାଗୀୟ ଅଧ୍ୟାପକ ମହେନ୍ଦ୍ର ମିଶ୍ର ଓ ନୟନ ରଞ୍ଜନ ଦାସଙ୍କ ସମେତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ପରିଦର୍ଶନ ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା

Sunil Chandra Nayak

ନବରଙ୍ଗପୁର ରେ କୈ।ଶଳ ବିକାଶ ରଥ ‌

Sunil Chandra Nayak

Leave a Comment

error: Content is protected !!