ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆ ଲାଗି ପୋଡ଼ି ଯିବାରୁ ଚିକିତ୍ସା ଅବସ୍ଥାରେ ମୃତ୍ୟୁ

ବନ୍ଧୁଗାଁ ତା ୩/୩/୨୩ ଆଜି ବନ୍ଧୁଗାଁ ବ୍ଲକ କେ ଯାଗୁଗୁଡା ପଞ୍ଚାୟତ କୁନ୍ତେସ ଗ୍ରାମର ୮୦ ବର୍ଷୀୟା ବୟସ୍କା ବୃଦ୍ଧା ନିଆରେ ପୋଡ଼ି ଯିବାରୁ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ମୃତ ବୃଦ୍ଧା ଆମାନା କନ୍ଧପାନ ୮୦ ବର୍ଷ ଗତ କାଲି ପାହାନ୍ତିଆ ୫ ଘଣ୍ଟା ସମୟରେ ଅଖା ବସ୍ତାରେ ଶୋଇ ଥିବା ବେଳେ ବୃଦ୍ଧା ନିଜେ ସୁଟା (ପିକା) ରେ ଦିଆସିଲି ଜଳାଉ ଥିଲେ । ସେହି ସମୟରେ ବୃଦ୍ଧାଙ୍କ ଜଳୁ ଥିବା ସୁଟା (ପିକା) କିମ୍ବା ଦିଆସିଲି ରେ ସୁଟା (ପିକା) ଜକାଇବା ପରେ ଜଳୁଥିବା ଦିଆସିଲି କାଠି ଶୋଇବା ପାଇଁ ବିଞ୍ଝାଇ ଥିବା ଅଖା ରେ ଲାଗି ଯିବାରୁ ବୃଦ୍ଧା ଜଣକ ନିଆ ରେ ପୋଡିି ଯାଇ ଥିଲେ। ମୃତ ବୃଦ୍ଧାଙ୍କ ୩ ଜଣ ଝିଅ ଥିବା ବେଳେ ସମସ୍ତେ ବିବାହ କରିଛନ୍ତି । ବୃଦ୍ଧା କୁନ୍ତେସ ଗ୍ରାମରେ ବିବାହ ହୋଇଥିବ ଝିଅ ନିଲାବତି ଖୋରାଙ୍କ ପାଖରେ ରହୁଥିଲେ । ନିଆ ଲାଗିବା ସଙ୍ଗେ ସଙ୍ଗେ ଝିଅ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ବୃଦ୍ଧା ଜଣକ ୫୦ ଭାଗ ପୋଡି ଯାଇଥିଲେ । ଝିଅ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଖବର ଦେଇ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏଠାରେ ଡାକ୍ତର ଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରିବା ପରେ ରାୟଗଡ଼ା ଜିଲ୍ଲା ମେଡ଼ିକାଲ କୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦେଇଥିଲେ । ସେଠାରେ ବୃଦ୍ଧା ଆଜି ସକାଳେ ମୃତ୍ୟୁ ହୋଇଥିବା ପରେ ତାଙ୍କ ପରିବାର ଲୋକେ ବନ୍ଧୁଗାଁ ଥାନା ଠାରେ ଆସି ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକେ ବନ୍ଧୁଗାଁ ଥାନା ଠାରୁ ଲିଖିତ ରିପୋର୍ଟ ନେଇ ରାୟଗଡ଼ା ଥାନା ଠାରେ ଦେବା ପରେ ଏଠାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକେ ମୃତ ବୃଦ୍ଧା ଙ୍କ ଶବକୁ ନିଜ ଗାଁ କୁ ଆଣି ଦାହ କରିଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲାପାଳଙ୍କ କୋଷଗୁମୁଡ଼ା ବ୍ଲକ କୁ ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା 

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ 

masiha

Leave a Comment

error: Content is protected !!