ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଅଧ୍ୟକ୍ଷା ଙ୍କ କଥା ରଖିଲେ ଉଠା ଜଳସେଚନ ବିଭାଗ,ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳସେଚନ

ବ୍ଲକ ଅଧ୍ୟକ୍ଷା ଙ୍କ କଥା ରଖିଲେ ଉଠା ଜଳସେଚନ ବିଭାଗ,ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳସେଚନ

ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଜଳସେଚନକୁ ଖରିଫ ପାଇଁ ସଂପୂର୍ଣ୍ଣ ବନ୍ଦ ରଖାଯାଇ ଥିବା ବେଳେ ଶୁକ୍ରବାର ପୂର୍ବାହ୍ନ ୯ଟା ବେଳେ ସଂପୃକ୍ତ କେନାଲରେ ଜୀବଜନ୍ତୁ ଓ ମଣିଷଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ୭.୫ କୁମେକ ପାଣି ଛଡ଼ା ଯାଇଥିବା ସୂଚନା ମିଳିଛି । ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ୮୮ଟି ରାଜସ୍ୱ ଗ୍ରାମର ୨୫, ୨୭୫ହେକ୍ଟର ଜମିରେ ଖରିଫ ସମୟରେ ଚାଷକୁ ସୁରକ୍ଷିତ ରଖିବା ପାଇଁ ଜଳ ସେଚନ ଦିଆଯାଇଥାଏ । ସ୍ଥାନୀୟ ଲୋକଙ୍କ ବ୍ୟବହାର ଓ ପଶୁପକ୍ଷୀଙ୍କ ନିତ୍ୟ ବ୍ୟବହାର ପାଇଁ ଏହି ପଦକ୍ଷେପ ନିଆଯାଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ପ୍ରକାଶ କରିଛନ୍ତି । ଫଳ ସ୍ୱରୂପ ଉକ୍ତ କେନାଲରେ ଗ୍ରୀଷ୍ମ ପ୍ରବାହ ସମୟରେ ଏକ ଫୁଟ ପାଣି ରହିବ ବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ,କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କୁସୁମଖୁଣ୍ଟି ଠାରେ ଥିବା ଉଠା ଜଳସେଚନ ପ୍ରକଳ୍ପ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ମଣିଷ ଙ୍କ ନିତ୍ୟ ବ୍ୟବହାର୍ଯ୍ୟ, ଗୃହ ପାଳିତ ପଶୁ ଓ ଜୀବଜନ୍ତୁ ଙ୍କ ପାଇଁ କେନାଲ ରେ ଅଳ୍ପ ମାତ୍ରାରେ ଜଳସେଚନ କରିବାକୁ ଲିଖିତ ଅନୁରୋଧ କରିଥିଲେ। ଘଟଣା କୁ ମାନବିକତା ଦୃଷ୍ଟିରେ ରଖି ଉଠା ଜଳସେଚନ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୯ ଘଣ୍ଟା ରେ ୭.୫ କ୍ୟୁମେକ ପାଣି ଛଡ଼ାଯାଇଥିବା ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

ମାନ୍ୟବର ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ଖୁଣ୍ଟିଆ ଙ୍କ ଏକ ଦିବସୀୟ କଳାହାଣ୍ଡି ଜିଲ୍ଲା ଗସ୍ତ 

Sunil Chandra Nayak

Leave a Comment

error: Content is protected !!