ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ଇଷ୍ଟ ଦେବୀ ଖଡ଼ିଆଦେବୀଙ୍କ ମୂର୍ତ୍ତି ଭାଙ୍ଗି ଜଣେ ଗିରଫ.

ପାପଡାହାଣ୍ଡି,15/07, ମନିସ —–ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଚାନ୍ଦଲି ଗ୍ରାମରେ ଖଡ଼ିଆଦେବୀ ମୂର୍ତ୍ତି ଭାଙ୍ଗି ଜଣେ ଗିରଫ ହୋଇଛନ୍ତି | ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରିଛି ପୋଲିସ | ସୂଚନା ଅନୁଯାୟୀ ଚାନ୍ଦଲୀ ଗ୍ରାମର ଇଷ୍ଟ ଦେବୀ ହେଉଛନ୍ତି ଖଡ଼ିଆ ଦେବୀ ଗାଁ ଲୋକଙ୍କ ଶୁଭ କାର୍ଯ୍ୟକ୍ରମ ରେ ପ୍ରଥମେ ମା ନିକଟରେ ଯାଇ ଗୁହାରି କରନ୍ତି | ଲୋକଙ୍କ ବିଶ୍ୱାସ ଖଡିଆ ଦେବୀ ଆଶ୍ରିବାଦ ରେ ଗାଁ ର ଶାନ୍ତି ଶୃଙ୍ଖଳା ସହ ଭଲ ଫସଲ ହେଉଅଛି | ଲୋକେ ତେଣୁ ଖଡିଆ ଦେବୀଙ୍କୁ ବହୁତ ମାନନ୍ତି | କିନ୍ତୁ ଗାଁ ର ଜଣେ ମଦ୍ୟପ ମଦ ପିଇ ମାତାଲ ହୋଇ ଇଷ୍ଟ ଦେବୀ ଖଡିଆ ଦେବୀ ଙ୍କ ମୂର୍ତ୍ତି କୁ ଭାଙ୍ଗିଦେଇଛି,ଏନେଇ ଚାନ୍ଦିଲି ଗ୍ରାମବାସୀ ହିନ୍ଦୁ ମହା ସଙ୍ଘ ର ରାଷ୍ଟ୍ରୀୟ ଅଧକ୍ଷ ଜୟନ୍ତ ପାତ୍ରଙ୍କ ନେତୃତ୍ୱତ୍ବରେ ଥାନାରେ ମଦ୍ୟପ ମୋନ ବାଘ ନାରେ ଏତଲା ଦାୟର କରିଛନ୍ତି | ଏତଲା ଅନୁଯାୟୀ ମୋନ ବାଗ ଗତ ଜୁଲାଇ 10 ତାରିଖ ଦିନ ସକାଳ 8 ଘଣ୍ଟା ସମୟରେ ଗ୍ରାମରେ ପୂଜା ପାଉଥିବା ଇଷ୍ଟଦେବୀ ଖଡ଼ିଆଦେବୀ ପଥର ପ୍ରତି୍ମୃତି କୁ ଭାଙ୍ଗି ଉପାଡି ଦେଇଥିଲା | ଏହା ଗ୍ରାମର ବିଶୁ ଯାନୀ ଦେଖିବା ପରେ ଗ୍ରାମବାସୀ କୁ ଯାଇ ଜଣେଇଥିଲେ | ଗ୍ରାମବାସୀ ମୋନ ବାଘ କୁ ପଚାରିବାରୁ କହିଥିଲା କି ଖଡିଆ ଦେବୀ ଯଦି ମୋର କିଛି ଅନିଷ୍ଟ କରିବ କରିବ ତମର କଣ ହେଲା ବୋଲି କହିଥିଲା ପୂର୍ବରୁ ମଧ୍ୟ ଏହି ଦେବୀ ଙ୍କ ପ୍ରତି୍ମୃତି ମଧ୍ୟ ଭାଙ୍ଗି ଦେଇଥିଲା | ଗାଁ ଵାଲା କୁ କ୍ଷମା ମାଗିବା ପରେ ସମସ୍ୟା ର ସମାଧାନ ହୋଇଥିଲା | ଗତ ଥର ଭାଙ୍ଗିବା ପରେ ଗାଁ ଵାଲା ବହୁ ମୁସ୍କିଲ ରେ ଟଙ୍କା ଯୋଗାଡ଼ କରି ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ | ବର୍ତ୍ତମାନ ଦେବୀ ଙ୍କ ମୃତ୍ତି ଭାଙ୍ଗି ଦେବାରୁ ଗାଁ ଲୋକଙ୍କ ମନରେ ଅଶାନ୍ତି ଲାଗି ରହିଛି,ଏନେଇ ପାପଡାହାଣ୍ଡି ଥାନା କେଶ ନ 126/23 ମାମଲା ରୂ କରି ମୋନ କୁ କୋର୍ଟ ଚାଲାଣ କରାଜିଥିବା ତଦନ୍ତ ଅଧିକାରୀ ଶିବଜି ପଣ୍ଡା ସୂଚନା ଦେଇଛନ୍ତ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଶାମୁକ୍ତ ଭାରତ ଅଭିଯାନ 

Sunil Chandra Nayak

ଶିକ୍ଷା ଅଧିକାର ଯୋଜନା ଛାତ୍ରଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେବ

Sunil Chandra Nayak

କେରଳା ପବ୍ଲିକ ସ୍କୁଲରେ ଓଡିଶା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ 

masiha

Leave a Comment

error: Content is protected !!