ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର 

ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର 

 ମୟୂରଭଞ୍ଜ – ୧୦/୦୪ ( ମସିହା )ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବନାଞ୍ଚଳ ଅନ୍ତର୍ଗତ ଭାତଛତର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନ ରଙ୍ଗାମାଟିଆ ଗ୍ରାମର ଦମ୍ପତି ନୁନାରାମ ମୁର୍ମୁ ଏବଂ ସୀତା ମୁର୍ମୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ସ୍ବାମୀ ନୁନାରାମ ମୁର୍ମୁ ଓ ସ୍ତ୍ରୀ ସୀତା ମୁର୍ମୁ ନିକଟସ୍ଥ ଜଙ୍ଗଲକୁ ଯାଇଶାଗ ତୋଳୁଥିବା ସମୟରେ ହଠାତ୍ ଏକ ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ।ଭାଲୁ ନୁନାରାମକୁ ଆକ୍ରମଣ କରିଥିବାବେଳେ ସ୍ଵାମୀ ସ୍ତ୍ରୀ ପ୍ରାଣ ଭୟରେ ଚିତ୍କାର କରିଥିଲେ । ଗ୍ରାମବାସୀ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିବାରୁ ଭାଲୁ ଭୟରେ ଜଙ୍ଗଲ ଭିତରକୁ ପଳାଇଥିଲା । ପତ୍ନୀ ସୀତା ମୁର୍ମୁ ଅଳ୍ପକେ ରକ୍ଷା ପାଇଗଲେ ।ନୁନାରାମକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲ ଅଣା ଯାଇ ଚିକିତ୍ସା କରାଯାଉଛି ।ବନ ବିଭାଗ କର୍ମଚାରୀ ସେମାନଙ୍କ ହା ବୁଝାବୁଝି କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ – ୨୦୨୩ , ୮୨୧ ମାମଲ ଫଇସଲା

Sunil Chandra Nayak

ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ

Sunil Chandra Nayak

ନବରଙ୍ଗପୁର ଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଉପରେ ସଚେତନତା ପଦଯାତ୍ରା ଅନୁଷ୍ଠିତ 

Leave a Comment

error: Content is protected !!