ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମିତି ଭାଇ ଜଗତେ ନାହି

ଏମିତି ଭାଇ ଜଗତେ ନାହି

 ବିଗତ କିଛି ଦିନ ତଳେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଏକ ଛୋଟ ଗାଁ ସୁନା ଖଣି ଟିରେ ସେହି ବେସାହାରା ଭଉଣୀ ନନ୍ଦିନୀ ପାଖେ ପହଞ୍ଚି ଥିଲେ । କେନ୍ଦ୍ରାପଡା ଜିଲ୍ଲା ର ସମାଜ ସେବୀ ସଙ୍ଗଠନ ଦେଶ ସେବା ଫାଉଣ୍ଡେସନ ପରିବାର ର ଦୁଇ ଭାଇ ଜଗା ଆଉ ବଳିଆ ବାସ୍ ଭଉଣୀ ର ଦୁଃଖ ଦେଖି ରହି ପାରି ନଥିଲେ କେନ୍ଦ୍ରାପଡା ଜିଲ୍ଲା ଯାହାକି 5 ରୁ 6 ଟି ଜିଲ୍ଲା ଅତିକ୍ରମ କରି ପହଞ୍ଚି ଥିଲେ ଦୁଇ ଭାଇ ଆଉ ଭଉଣୀ ନନ୍ଦିନୀ ର ଅଧା ଘର ର ଡୋର୍ ଲଗାଇବା ପାଇଁ ପ୍ରତି ଶ୍ରୁତି ମଧ୍ୟ ଦେଇ ଥିଲେ। ଯାହା ଫଳରେ ଆଜି ସବୁ ପ୍ରତୀକ୍ଷା ର୍ ଅନ୍ତ ଘଟି ଭଉଣୀ ନନ୍ଦିନୀ ର ଅଧୁରା କାମ ପୂର୍ଣ୍ଣ ହୋଇଛି ଭଉଣୀ ମୁଁହରେ ଟିକେ ହସ ଫୁଟି ପାରିଛି ଯାହାକି ଭଉଣୀ ଏଥର ସୁରକ୍ଷା ରେ ରହିପାରିବ ଏହି ସୁନ୍ଦର୍ ସାମାଜିକ କାର୍ଯ୍ୟରେ ଭଉଣୀ ନନ୍ଦିନୀ ଗାଁର ଭାଇ ମାନେ ମଧ୍ୟ ଆସି ଦେଶ ସେବା ଫାଉଣ୍ଡେସନ ର ସଦସ୍ୟ ମାନଙ୍କ ସାଥିରେ କାମରେ ସାହାଯ୍ୟ କରିଥିବାର ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଦେଶ ସେବା ଫାଉଣ୍ଡେସନ ପରିବାର ର ସଦସ୍ୟ ତଥା ସହ ହୁଦୟ ବ୍ୟକ୍ତି ମାନଙ୍କ ସହୋଜୋଗ ପାଇଁ ଆଜି ସବୁ ସମ୍ବଭ ହୋଇ ପାରିଛି । କଥାରେ ଅଛି ବିନ୍ଦୁ ବିନ୍ଦୁ ପାଣି ସାଗର ସୃଷ୍ଟି କରିପାରେ ଯାହା ଆଜି ପ୍ରମାଣ କରିଦେଲା ଯଦି ସମସ୍ତେ ଗୋଟେ ଛୋଟ ଛୋଟ ସାହାଯ୍ୟ ର ହାତ ବଢ଼ାଇ ବେ ତେବେ ଅନ୍ୟର ମୁଁହରେ ହସ ଫୁଟି ପାରିବ। ସମାଜରେ ଅନେକ ସଙ୍ଗଠନ ଅଛି ହେଲେ ଏ ଏକ ନିଆରା ସଙ୍ଗଠନ ଟିଏ ଯାହା କଥାରେ ନୁହେଁ କାମରେ ଦେଖାନ୍ତି। ଏହି ଦେଶ ସେବା ଫାଉଣ୍ଡେସନ ପରିବାର ର ସଦସ୍ୟ ମାନେ ଓଡ଼ିଶାର କୋଣ ଅନୁକୋଣ ରେ ନିଷ୍ଠା ପର ସହିତ ଦୁଃଖି ରଙ୍କି ଙ୍କ ସାଥିରେ ସବୁ ବେଳେ ଏମିତି ସେବା ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।ଯାହାକି ଏହି ଭଳି ବ୍ୟକ୍ତି ଦୁନିଆରେ ଜନ୍ମ ଗ୍ରହଣ କରନ୍ତୁ ଦିନେ ନା ଦିନେ ସମାଜ ର ପରିବର୍ତ୍ତନ ହୋଇପାରିବ ଏହି ଭଳି ମହାନ୍ କାମ ପାଇଁ ନନ୍ଦିନୀ ର ଗ୍ରାମ ବାସୀ ମାନେ ଦେଶ ସେବା ଫାଉଣ୍ଡେସନ ପରିବାର ର ସମସ୍ତ ସଦସ୍ୟ ମାନଙ୍କୁ ଆଶ୍ରିବାଦ୍ ଦେଇ ଥିବାର ଦେଖିବାକୁ ମିଳିଥିଲା, କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି

ସମିର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ସଚେତନତା ପକ୍ଷ ପାଳିତ

masiha

ମୋଦି ସରକାର ଙ୍କ କୁଶାସନ ଓ ଜନବିରୋଧୀ ନୀତି ବିରୋଧରେ ୧୬ ଫେବୃୟାରୀ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ସଫଳ କରିବା ପାଇଁ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ମୋଟର ସାଇକେଲ ରାଲି , ଜନସାଧାରଣ ସାମିଲ ହେବାକୁ ଆହ୍ୱାନ

masiha

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ମନୋନୟନ

masiha

Leave a Comment

error: Content is protected !!